STORYMIRROR

Binata Mohanta

Abstract Inspirational Others

3  

Binata Mohanta

Abstract Inspirational Others

କାହା ଝିଅ ଏଇ କରୋନା

କାହା ଝିଅ ଏଇ କରୋନା

1 min
12

ଦିନେ ବୁଢ଼ୀ ମାଉସୀ ମୋତେ ପଚାରିଲେ

ମା' କାହା ଝିଅ ଏଇ କରୋନା

ଯେତେବେଳେ ଟିଭି ଖୋଲିଲେ କହୁଛି

ଏଦେଶ ସେଦେଶ ବୁଲୁଛି ନାହିଁ ତାର ଠିକଣା ।।


ମାଉସୀଙ୍କ କଥା ଶୁଣି କହିଲି ମୁଁ

ମାଉସୀ ଇଏ ଝିଅ ନୁହେଁ କାହାର

ଏହା ଏକ ସାଂଘାତିକ ମହାମାରୀ ବେମାର

ଯାହା ଚାଇନା ଦେଶର ବିଶ୍ୱକୁ ଉପହାର ।।


ଏହା ଶୁଣି ମାଉସୀ କହିଲେ

କିଭଳି ହେବ ଏହାର ପ୍ରତିକାର

ମାଉସୀଙ୍କୁ କହିଲି ବୈଜ୍ଞାନିକ ମାନେ

ଏହି ରୋଗର ଓୈଷଧ କରିନାହାଁନ୍ତି ବାହାର ।।


ନିଜକୁ ଓ ପରିବାରକୁ ନେଇ ହୋଇବା ସଚେତନ

ସୁଷମ ଖାଦ୍ୟ ଓ ଯୋଗପ୍ରାଣାୟାମ କରିବା ପ୍ରତିଦିନ ।।

ସବୁଦିନ ମାନି ଚଳିବା କିଛି କିଛି ନିୟମ

ସଭିଏଁ ସୁସ୍ଥ ରହିଲେ କରୋନା ହେବ ଦମନ ।।


                         


Rate this content
Log in

Similar oriya poem from Abstract