The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Santosh Kumar Nayak

Abstract Inspirational Others

3  

Santosh Kumar Nayak

Abstract Inspirational Others

ରେ ମନ ମୋର

ରେ ମନ ମୋର

1 min
13



ରେ ମନ ମୋର

ଅଯୋଧ୍ୟା ବୁଲି ଥରେ ଆସ! (ଘୋଷା) 

ଦେହକୁ ହେଇଛି ମନା

ମନ ତ କିଛି ବୁଝେନା

ପାରିବ କି କରି କିଏ ବଶ?

ରେ ମନ ମୋର..... 


ରେ ମନ ମୋର

ଅଯୋଧ୍ୟା ବୁଲି ଥରେ ଆସ! (ଘୋଷା)

ପାଶୋରି ସକଳ କାମ

ଜପି ଖାଲି ରାମ ନାମ

ହେଇଯା ପ୍ରଭୁଙ୍କର ଦାସ।

ରେ ମନ ମୋର......


ରେ ମନ ମୋର

ଅଯୋଧ୍ୟା ବୁଲି ଥରେ ଆସ! (ଘୋଷା)

ସହର ସଜେଇ ହେଇ

ସରଗ ଭଳି ଲାଗଇ

ବିରାଜିବେ ବୋଲି ପୀତବାସ।

ରେ ମନ ମୋର.......


ରେ ମନ ମୋର

ଅଯୋଧ୍ୟା ବୁଲି ଥରେ ଆସ! (ଘୋଷା)

ପଥରରେ ରାମାୟଣ

ତୁଳୀରେ ବି ରାମ ଗୁଣ

ଭକତ ଓଠରେ ଖେଳେ ହସ।

ରେ ମନ ମୋର........


ରେ ମନ ମୋର

ଅଯୋଧ୍ୟା ବୁଲି ଥରେ ଆସ! (ଘୋଷା)

ଆଜି ପରା ଭୂମି ପୂଜା

ବିଜେ ହେବେ ରାମ ରାଜା 

ପୂର୍ଣ୍ଣ ହେବ ଭକ୍ତ ଅବଶୋଷ।

ରେ ମନ ମୋର.......


ରେ ମନ ମୋର

ଅଯୋଧ୍ୟା ବୁଲି ଥରେ ଆସ! (ଘୋଷା)

ନାଚୁଛି ଭାରତ ଭୂଇଁ

ହସୁଛି ସରଯୂ ନଈ

କାନ୍ଦିବା ଦିନ ହେଲା ଶେଷ।

ରେ ମନ ମୋର.....



Rate this content
Log in