ମୋକ୍ଷ
ମୋକ୍ଷ
ସରଗ ଯାଇନି ନରକ ଯାଉନି
ତ୍ରିଶଙ୍କୁ ରାଇଜେ ରହି,
ନିର୍ଭୟା କହୁଛି ଭୟ ନାହିଁ ଆଉ
ମର୍ତ୍ତ୍ୟରୁ ହେଲି ମୁଁ ତ୍ରାହି ।
ନିର୍ଭୟ ହେବି ସ୍ବୟଂସିଦ୍ଧା ମୁଁ
ନିର୍ଭୟା ନାମକୁ ଧରି
ଅତ୍ୟାଚାରୀର ମୁଖାଖୋଲି ଦିଅ
ପ୍ରପୀଡୀତ ଯେତେ ନାରୀ ।
କେତେ ନିରିଭୟା ହଜିଯାଇଛନ୍ତି
ଆଇନକାନୁନ ହାଟ ମଝିର
ସରଗେ ଥିବେ କି ମରତେଥିବେ କି
ମୋଭଳି ପରା ସବୁ ନାଚାର ।
ଆଠ ବରଷର କେତେ ଯନ୍ତ୍ରଣା
ମଲାପରେ ମଧ୍ୟ ଆ୍ ତ୍ମା କାନ୍ଦଇ
ତୁମେମାନେ ସବୁ ହେବ ହଇରାଣ
ଅତୃପ୍ତ ଆତ୍ମାର କୋହର ଯୁଇ ।
ମଝି ଆକାଶରେ ନିର୍ଭୟା ଜଗିଛି
ଫାସିପରେ ତୁମେ ଯିବରେ କାହିଁ
ନରକ ପାତାଳ ଚଉଦ ଭୂବନେ
ତୁମପାଁ ଇଞ୍ଚେ ଯାଗା ତ ନାହିଁ ।
ମହା ନରକ ଟି ସୃଷ୍ଟି କରିଛି ମୁୁଁ
ତୁମସାଂଗସାଥି ବିଧାନ ପାଇଁ
ଜୀଅନ୍ କବର ତୁମେ ହିଁ ପାଇବ
ଆସ ଏଠି ତମ ସାଥୀଙ୍କୁ ନେଇ ।
ଲକ୍ଷେ ନିର୍ଭୟା ଜନମି ଏଥର
ଦୁଷ୍କର୍ମକାରୀ୍କୁ ଦେବେରେ ଦଣ୍ଡ
ଗଣୁଥିିବି ଦିନ ମୋକ୍ଷ ପରିଯନ୍ତ
କେେ ଯେ ଗଡିବ ତମି ମୁଣ୍ଡ ।
