STORYMIRROR

Durga Madhaba Maharana

Inspirational

4  

Durga Madhaba Maharana

Inspirational

ମାଟି ମାଆ ଦେବ ମୂଲ

ମାଟି ମାଆ ଦେବ ମୂଲ

1 min
232

ମାଟିମାଆ ଦେବ ମୂଲ

ପଖାଳ ପେଟେ,ଚୁଟି ପିଆଜ,

ଖାଇ ମୁଁ ଗାଁରେ ରହିଵି

ଅଖିମୁଠି ଆଜି ଆରମ୍ଭକରି

ମାଟି ମାଆକୁ ମୁଁ ପୁଜିବି।

ଯିବିନି ଆଉ,ଦେଶବିଦେଶ

ଚିକେନ,ଚୌମିନ୍ ଖାଇ

ଅଦିନେ ବୁଢା,ଚନ୍ଦା ମୁଣ୍ଡରେ

ନକଲି କଳା ନାଇ।

ମୋ ଚାଳଘର,ଗାଁ ପୋଖରୀ

ଗାଁ ଇସ୍କୁଲ ଭଲ,

ଗାଁ ମନ୍ଦିର,ହଳ ଲଙ୍ଗଳ

ମୋ କୋଡି କୋଦାଳ ଭଲ।

ପରିବାରଠାରୁ,ଦୂରରେ ରହି

ଶୃଙ୍ଖଳା ଭାଙ୍ଗିଗଲା,

ସ୍ନେହ ସଂପର୍କ,ମାନସନମାନ

ଏ ମୋବାଇଲ ଧୋଇନେଲା।

ଅଜଣା ଯାଗା,ଅଚିହ୍ନା ରୋଗ,

ଆଧୁନିକକତାର ଛାପ

ଭିନ୍ନ ଜୀବନ ଯାପନ ଶୈଳୀ

ଆଜି ମନେପଡେ ବାପ।

ସଂସ୍କୃତି କୋଳକୁ,ଫେରିଯିବା ଆମେ

ଓଡ଼ିଆ ପୁଏ ହେ ଚାଲ,

ଅକ୍ଷିତୃତୀୟାରେ,ଶପଥ କର ହେ

ମାଟି ମାଆ ଦେବ ମୂଲ।।

‌‌


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational