STORYMIRROR

Durga Madhaba Maharana

Abstract

2  

Durga Madhaba Maharana

Abstract

ଅନାହତ

ଅନାହତ

1 min
136

ତୁମେ

ନା ତୁମେ ଦେହାତୀତ,

ଏଇ ତ ମୋ ପାଖେ ପାଖେ ଅଛ

ତୁମ ମଉଳାୁଲରବାସ୍ନା

ପଲ୍ଲବିତ କୋମଳାଙ୍ଗ

ଆଉ ଚିତ୍ରିତ ଚାହାଣୀ

ସ୍ପର୍ଶକାତରର ନି୍ଛକ ଅନୁଭବ ତୁମ

କିପରି ବା ଅଲଗା ଭାବିବି

 

 ନା ତୁମେ ସୁପ୍ତ ,ନା ବି ଜାଗ୍ରତ

ସପନେ ତ ବଧୁ ବେଶ ସାଜି

ତୁମ କାୟାକଳ୍ପ ଆଜି 

ରଚଇ ନାଟକ

ଅବାନ୍ତର ସେଇ ଦୃଶ୍ୟଦୃଶ୍ୟାନ୍ତର

ଭାବରୁୁୁୁୁ ଭାବାନ୍ତର

କିପରି ବା କହିଦେବି ନିଛକ ମିଛଟି

ତୁମେ ଅଛ ହଁ ତୁମେ ଅଛ ବୋଲି

 

ତୁମ ଅସ୍ତିତ୍ବର ଆକଳନ ନାହିଁ

ତୁମେ କଳ୍ପନାର ଅତୀତ

ନିଶ୍ଚେ ଅପ୍ରତ୍ୟାଶିତ

ପ୍ରେମ ଓ ବିରହର ସୀମାନ୍ତ ଦିଗବଳୟେ

ତୁମେ ଅନାହୂତ,ତୁମେ ଅନାହତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract