STORYMIRROR

Durga Madhaba Maharana

Abstract

2  

Durga Madhaba Maharana

Abstract

ଭିନ୍ନ ଏକ ସଂସାର

ଭିନ୍ନ ଏକ ସଂସାର

1 min
442

ଜନ୍ମ ଆଉ ଦରକାର ନାହିଁ

ଜନନୀ ଜଠର ଯନ୍ତ୍ରଣାଠୁ

ଜୀବନ ଯାତ୍ରାର ଅସଂଖ୍ୟ ଯନ୍ତ୍ରଣା

ଯନ୍ତ୍ରଣାର ଅନ୍ତ ନାହିଁ

ମୣତ୍ୟୁପରେ ବି ଆତ୍ମୀୟଜନଙ୍କ 

ତେଣୁ ହେ ଜନ୍ମ ତୁମେ ଅପାଂକ୍ତେୟ

     ମୣତ୍ୟୁ,ଫେରିଯାଅ ତୁମେ

      ତୁମର ହେଉ ମହାମୣତ୍ୟୁ

      କେବେ ଆଉ ଫେରିବନି

      ମୣତ୍ୟୁ ର ସତ୍ତା ହଜିଗଲାପରେ

      ମୣତ୍ୟୁ ଆଜି ନିରର୍ଥକ

ନିର୍ଵାଣ,ଅର୍ଥହୀନ ଶବ୍ଦଟିଏ ହୋଇ ରହ

ଭାଷାକୋଷର ଚିରାପୣଷ୍ଠାରେ

ଜନ୍ମମୣତ୍ୟୁ ବିହୀନ ସଂସାରରେ

ନିର୍ବାଣର ପରିଚୟ କାହିଁ

      ଜନ୍ମମୣତ୍ୟୁ ନିର୍ଵାଣ, ଅପଚଯ ପରେ

      ଶୁନ୍ୟ ଶୁନ୍ୟ ମହାଶୁନ୍ୟ ଦେଖି

      ଇଶ୍ଵର କିଛି ତ କରିବେ

      ସର୍ଜନା ତ ହେବ ପୁଣି

      ଭିନ୍ନ ଏକ ସଂସାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract