STORYMIRROR

Durga Madhaba Maharana

Abstract

3  

Durga Madhaba Maharana

Abstract

ଭିନ୍ନ ଏକ ସଂସାର

ଭିନ୍ନ ଏକ ସଂସାର

1 min
212


ଜନ୍ମ ଆଉ ଦରକାର ନାହିଁ

ଜନନୀ ଜଠର ଯନ୍ତ୍ରଣାଠୁ

ଜୀବନ ଯାତ୍ରାରେ ଅନେକ ଯନ୍ତ୍ରଣା

ଏ ଯାତନାର ଅନ୍ତ ନାହିଁ

ମୃତ୍ୟୁ ପରେ ବି,ଆତ୍ମୀୟ ଯନ୍ତ୍ରଣା

ତେଣୁ ,ଜନ୍ମ ହେ,ତୁମେ ଅପାଂକ୍ତେୟ ।

     

   ମୃତ୍ୟୁ ,ଫେରିଯାଅ ତୁମେ 

   ତୁମର ଵି ହେଉ ମହାମୃତ୍ୟୁ

   କେବେ ଆଉ ଫେରିବନି

   ଜନ୍ମର ସତା ହଜିଗଲା ପରେ

    ମୃତ୍ୟୁ ଆଜି ନିରର୍ଥକ।

ନିର୍ବାଣ

ଅର୍ଥହୀନ ଶବ୍ଦଟିଏ ହୋଇ ରହ

ଅଭିଧାନର ଚିରା ପୃଷ୍ଠାରେ

ଜନ୍ମମୃତ୍ୟୁ ବିହୀନ ସଂସାରରେ

ନିର୍ବାଣର ପରିଚୟ କାହିଁ ।

    ଜନ୍ମମୃତ୍ୟୁ ନିର୍ବାଣର ଅପଚୟ ପରେ

     ଶୂନ୍ୟ, ଶୂନ୍ୟ,ମହାଶୂନ୍ୟ, ଦେଖି

     ଇଶ୍ଵର କିଛି ତ କରିବେ

       ଭିନ୍ନ ଏକ ସଂସାର ରଚିବେ ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract