ସଂଯୋଗ
ସଂଯୋଗ


ସଂଯୋଗବଶତଃ ଏକ ସଂଯୋଗ ବେଳାରେ
ସୁଯୋଗ ପାଇଲି ଜଣେ (ସୌମ୍ୟ-ସୁଦର୍ଶନ ପ୍ରାୟ)ସୁଜନର ।
ସୌଜନ୍ୟତାମୂଳକ ସମ୍ଭାଷଣ, ପରେ
ସର୍ତ୍ତହୀନ ସମୀକ୍ଷାୟନ ଦ୍ଵାର ।
ସୀମାହୀନ ସ୍ଵପ୍ନସବୁର ସମ୍ଭାବନାମୟ ପ୍ରତିଶ୍ରୁତି
ସାକାର ହେବାର ସଞ୍ଚରିତ ଆଶାରେ ମୋର,
ସେବିଲି ଅବିରତ ବାଧ୍ୟପ୍ରାୟ,
ସଜାଇଲି ସାମଗ୍ରିକ ରୂପରେଖ ତାର ।
ସୃଷ୍ଟି-ସର୍ଜନା ସାର୍ଥକ ପାଇଁ
ସମର୍ପି ଦେଲି ଏ ସାରା ସଂସାର ।
ସାଦରେ ଆଉଁସି ଦେଲି
ସଙ୍କୋଚ ହଟାଇ ଦୂର ।
ସଂକ୍ରାମକ ରୂପେ ଆବୋରି ବସିଲା ଯାହା
ସମଗ୍ର ସତ୍ତାକୁ ମୋର ।
ସନ୍ତର୍ପଣେ ଆଗେଇଗଲି ଯେ ମୁଁ କିଛି ଦୂର ।
ସଜା- ଏ ନଜରବନ୍ଦୀ ବା ଜୀବନ ଇ କାରାଗାର ।
ଶାନ୍ତି- ସେ ଅବସ୍ଥାର ଭିନ୍ନ ଏକ ରୂପାନ୍ତର ।
ସୃଷ୍ଟି-ସ୍ରଷ୍ଟା-ସନ୍ଧାନୀ ସମ୍ପର୍କର ସମ୍ଭାର ।
"ସଂଯୋଗ"- କେତେ ରୂପ ତୋର, କେତେ ଅବତାର ?
ଆଦ୍ୟରୁ ଅନ୍ତିମ, ସେ ଯେ ଅଭ୍ୟନ୍ତର ।
ସନ୍ଧାନ, ପୁଣି ଏକ ସୁଯୋଗର ।