Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriman Bapu

Abstract Inspirational Others

3  

Sriman Bapu

Abstract Inspirational Others

କେମିତି ?

କେମିତି ?

1 min
17


କେମିତି କେଜାଣି ଧିରେଧିରେ 

ସଫା ପୋଷାକ ଗୁଡ଼ାକ ମଳି ହୋଇଯାଏ , 

ପରିଷ୍କାର ଘରଟାରେ ଧୂଳି ଜମିଯାଏ ? 


ପୂର୍ଣ୍ଣମୀରୁ ଅମାବାସ୍ୟା ପୁଣି ପୂର୍ଣ୍ଣିମୀ ,

ତୁମ ପ୍ରତି ପ୍ରୀତି ଅପ୍ରୀତି 

ପୁଣି ଅଲକ୍ଷ୍ୟରେ ଅଚାନକ କେଉଁଠୁ 

ସମସ୍ୟାର ବିଶାଳ ଜୁଆର ଉଜୁଡ଼ିପଡ଼ି

ଅକାଲୁଆ ଅଣନିଃଶ୍ବାସୀ କରିଦିଏ ।


କେମିତି ସବୁ ବଢ଼ିବଢ଼ି ବୁଢ଼ାହୋଇ 

ଶେଷରେ ମାଟିରେ ମିଶିଯାଆନ୍ତି ? 


କେମିତି ଚିନ୍ତାର ଅସଂଖ୍ୟ ଗହଳି 

ମନକୁ ମାଡ଼ିବସେ 

ପୁଣି କେମିତି ଅଚାନକ ସବୁ 

ନୀରବ ନିଶ୍ଚଳ ହୋଇଯାଏ ? 


ସବୁ କାହିଁକି ଅହରହ ବୁଲେ ? 


ପୁଣି ଏତେ ଧିରେଧିରେ ଯେ ଜାଣିହୁଏନି , 

ନିଦ ଭାଙ୍ଗିଲା ବେଳକୁ 

ସବୁ କିଛି ସରି ଯାଇଥାଏ ,

ବୋହିଯାଇଥାଏ ନହେଲେ 

ବାଷ୍ପହୋଇ ଉଡ଼ିଯାଇଥାଏ । 


ଚିରନ୍ତନ କ'ଣ ଏଇ ଏକା 

ଗୋଲଗୋଲ ଧିରେଧିରେ ବୁଲିବା ? 


ଆଉ ତୁମକୁ ଅପେକ୍ଷାଟା 

ଜୀବନକୁ ନା ମରଣକୁ ?


Rate this content
Log in

Similar oriya poem from Abstract