The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sunanda Mohanty

Abstract

3  

Sunanda Mohanty

Abstract

ଶ୍ରୀଲେଖା

ଶ୍ରୀଲେଖା

1 min
33


ତମକୁ ଖୋଜୁଥିଲି ସଖି ଶ୍ରୀଲେଖା 

ତମ କଥାରେ ଯାଦୁ, ତୁମେ ମହୁମଖା

ତମ କବରୀରେ ଗୋଲାପର ସତେବାଟିକା 

ଖସି ପଡ଼ୁ ପଡ଼ୁ ଥରେ ବାସ୍ନା ଭିତରେ ମୁଁ ଏକା

ଖୋଜେ ନିଶିଥର ସୁଗନ୍ଧ ପବନେ 

ଖୋଲିଦେଇ ଏଇ ଶୟନ କକ୍ଷର ଝରକା 

ସତ,ଶ୍ରୀଲେଖା ତମେ ସଜସାଜବତୀ ନାୟିକା

ମୋ ପାଇଁ ବିଛିର୍ଣ୍ଣ ତାରା ଟିଏ ସତେ ଉଲକା 

ତାରି ଭିତରେ ଅଧୁରା ସ୍ୱପ୍ନର ନଉକା 

ଅନେକ ଦିନରୁ ଦେଖିଛି ସ୍ବପ୍ନ ମୁଁ ଅଭିସାରିକା

ତମରି ଭିତରେ ଟୋପାଏ ରଙ୍ଗର କଳିକା 

କଳିକା ଭିତରେ କଲମ ରୂପୀ ମୋ ତୁଳୀକା 

ଆଙ୍କିବାକୁ ଚାହେଁ ପ୍ରଜାପତି ଡେଣା ଆଉ 

ଝିପିଝିପି ବର୍ଷାରେ ଭାସୁଥିବା କାଗଜନଉକା  

ନଉକା ଭିତରେ ସାଧବ ପୁଅର ସ୍ୱପ୍ନର ମୋତିକଣିକା 

ସେଇ କଣିକାରୁ ମୋ ପାଇଁ ଟିକେ ରଖନା 

ବନ୍ଦାପନା ପାଇଁ ଆସିଯିବ ରଥଯାତ୍ରା ମଉକା

ଓଁ ପରଂବ୍ରହ୍ମ କଳାଜହ୍ନ ସିଏ ସଭିଙ୍କ ମାଣିକା 

ଚନ୍ଦନଯାତରେ ଫୁଲଚନ୍ଦନରେ ସଜାଇବା 

ମିଛ ହୋଇଯାଉ ମାଳିକା,ପୁଣି ହସିବା ମିଳି ମିଶିକା ।


Rate this content
Log in

Similar oriya poem from Abstract