STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବନ୍ଧନର ସୂତ୍ରଟିଏ..

ବନ୍ଧନର ସୂତ୍ରଟିଏ..

1 min
78

ଅମାପ ସ୍ନେହ

ଅସରନ୍ତି ଶ୍ରଦ୍ଧା

ନିରାସକ୍ତ ମୋହ

ଈର୍ଷାହୀନ ସ୍ପର୍ଦ୍ଧା

ସେ ଏକ ଅବିକୃତ ସମ୍ପର୍କଟିଏ

ନିଷ୍କଳଙ୍କ ଭାବମୟ ଗାଥା। 


ଆଜନ୍ମ ପ୍ରତିଶ୍ରୁତି

ଚିତ୍ତର ବିନିମୟ

କିଛି ବିଶୁଦ୍ଧ ଭକ୍ତି

ରାଣ ନିୟମର ଦାୟ

କେବେ ମୁହଁ ଫୁଲାଫୁଲିର ଘଟଣା

ପୁଣି ମନେଇବାରେ ଜୟ ପରାଜୟ। 


ସୂତ୍ର ମାଧ୍ୟମରେ

ଭଗିନୀର ସୁରକ୍ଷା ଆଶ୍ୱସ୍ତି

ଦୃଢ଼ ଅଧିକାରେ

ବନ୍ଧନର ସମ୍ପୂର୍ଣ ସମ୍ମତି

ଜୀବନର ଅବିଛିନ୍ନ ଅଙ୍ଗ ଏ ସମ୍ପର୍କ

ଭାଇ ଭଉଣୀର ଏ ବିଶୁଦ୍ଧ ସମ୍ପତି।


ନଲାଗୁ କଳଙ୍କ

ନଛିଡୁ ଏ ସୂତ୍ର

ଛିଡ଼ିଯାଉ ଅଙ୍କ

ଚମକୁ ଏ ଚିତ୍ର

ମଧୁରତାର ସ୍ଵଛ ଦ୍ରବଣରେ

ଫୁଟିଉଠୁ ସମ୍ପର୍କର ନିର୍ମଳ ଚରିତ୍ର।

©ଚିନ୍ମୟ କୁମାର ନାୟକ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract