STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

କାଳିଆ ସାଆନ୍ତ

କାଳିଆ ସାଆନ୍ତ

1 min
217


ସୀମିତ ଜ୍ଞାନର ପରିଧି ଭିତରେ ରହି

କାଳିଆ ସାଆନ୍ତ କଥା ବୁଝି ହେଉ ନାହିଁ।

ସାତ ରଙ୍ଗ ତାଲିକାରେ ନାହିଁ କଳା ରଙ୍ଗ

ସାତ ରଙ୍ଗ ମିଶାଇଲେ ହୁଏ କଳା ରଙ୍ଗ।

କାଳିଆ କାହ୍ନୁର ସବୁ ରଙ୍ଗ ରସ ଅଛି 

ସେଇ କଳା ରଙ୍ଗ ହିଁ ମନ ମୋହୁଅଛି।


କଳା ମୁଖ ପାଇଁ ଭିନ୍ନ ମତବାଦ ଅଛି

କଳିରେ କାଳିଆ ନିତି ଲୀଳା କରୁଅଛି।

କାଳିଆ ସାଆନ୍ତଙ୍କର ମୁହଁ ସିନା କଳା

ଶରୀରର ରଙ୍ଗ ଅଟଇ ସମ୍ପୂର୍ଣ୍ଣ ଧଳା।

ରାଧାରାଣୀ ରହିଛନ୍ତି ଆଲିଙ୍ଗନ କରି

ରାଧା କୃଷ୍ଣଙ୍କ ମିଳନ ଯୁଗ ଯୁଗ ଧରି।

ଯିଏ ବା ବୁଝିଛି ସେଇ ମିଳନର ଭାବ

ଭାବଗ୍ରାହୀ ଜାଣିଛନ୍ତି ହୃଦୟର ଭାବ।

ମନ ଶରୀର ଏକତ୍ର ହୋଇଛି ଜଡ଼ିତ

ଶ୍ରୀରାଧା ହୋଇଛନ୍ତି ସମ୍ପୂର୍ଣ୍ଣ ସମର୍ପିତ।

ସମ୍ପୂର୍ଣ୍ଣ ସମର୍ପିତ ହୋଇଲେ ଭାବ ହେବ

ପୂର୍ଣ୍ଣ ଭାବ ଜାତ ହେଲେ କଳା ଚିହ୍ନି ହେବ।

କାଳିଆ ସାଆନ୍ତଙ୍କର ଅନ୍ୟ ଏକ କଥା

ଦ୍ଵାପର ଯୁଗରେ କୃଷ୍ଣ ଅବତାର ଗାଥା।

କଂସ ନାଶ ପାଇଁ ଗଲେ ମଥୁରା ନଗର

ଗୋପ ଗୋପାଙ୍ଗନା କୃଷ୍ଣ ବିହୁନେ ଅଧୀର।

ଯଶୋଦା ମାତାଙ୍କୁ କହିଲେ ଧିକ୍କାର କଥା

ନିତି କୃଷ୍ଣ କଥା ଭାଳି ଝୁରି ହେଲେ ମାତା।

କଳା ରଙ୍ଗ ହୋଇଗଲା ମାତାଙ୍କ ବଦନ

ସବୁ ବୁଝି କୃଷ୍ଣ ଦେଲେ ମାତାଙ୍କୁ ବଚନ।

କଳି କାଳେ ମୁଖ କାଳିଆ ହୋଇ ରହିବ

ମାତାଙ୍କର କଳା ମୁଖ ଆଉ ନ ରହିବ।

ନନ୍ଦ ବଳା ବୋଲି ଅଛି ମାତ୍ର ଏକ କଳା

ଜଗନ୍ନାଥ ରୂପେ ଉଭା ଥାଇ ଷୋହଳ କଳା।

ସବୁ ପାପ କଳୁଷକୁ କରିଲେ ବହନ

କଳା ମୁଖରୁ କାଳିଆ ପଦବୀ ଧାରଣ  ।      


ଯାହାଙ୍କର ଲଲାଟରେ କସ୍ତୁରୀ ତିଳକ

ବକ୍ଷ ସ୍ଥଳରେ କୌସ୍ତୁଭମଣିର ପଦକ।

ଶ୍ରୀ ହସ୍ତରେ ବେଣୁ ଆଉ କରରେ କଙ୍କଣ

ନାସାଗ୍ରେ ମୁକ୍ତା ରତ୍ନ ହୋଇଥାଏ ଧାରଣ।

ସର୍ବାଙ୍ଗରେ ଲେପନ ହୁଏ ହରିଚନ୍ଦନ

ସେ ହିଁ କୃଷ୍ଣ , ଯଶୋଦାର ପ୍ରାଣ ଗଣ୍ଠିଧନ।


କଳା ପୁରୁଷ କୃଷ୍ଣ ହିଁ ସ୍ଵୟଂ ଭଗବାନ

କଳିରେ ଜଗନ୍ନାଥ ରୂପରେ ବିଦ୍ୟମାନ।

କଳା ପ୍ରେମୀ କାଳିଆ ସାଆନ୍ତ ଚରଣରେ

ତନ ମନ ସମର୍ପଣ ହେଉ ଭକ୍ତି ଭରେ। 



Rate this content
Log in

Similar oriya poem from Abstract