Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil kumar Pradhan

Classics

3  

Anil kumar Pradhan

Classics

ରଥରେ ବସିଛି ଜଗତ ରାଜା

ରଥରେ ବସିଛି ଜଗତ ରାଜା

1 min
119


ଜଗତର ନାଥ ଜଗତ ନାଥ ହେ 

କି ଲୀଳା ଲଗାଇ ଦେଉଛ ।


ଯେତେ ଦେଖୁଥିଲେ ତୁମରି ନୟନ 

ସେତେ ସେତେ ନୂଆ ଲାଗୁଛ l


ଜଗତର ନାଥ ଜଗତ ନାଥ ହେ

କି ଭାବ ଲଗାଇ ଦେଉଛ ।


ରଥ ଦଉଡିକୁ ଛୁଆଁଇବା ପାଇଁ

କେତେ ଅଭିମାନ କରୁଛ l


ଜଗତର ନାଥ ଜଗତ ନାଥ ହେ

କେଡେ କୃପା ପୁଣି କରୁଛ ।


ଭକତ ଭାବକୁ ବୁଝିପାରି ପୁଣି 

ରଥ ଚକ ରଖି ଦେଉଛ l


ଜଗତର ନାଥ ଜଗତ ନାଥ ହେ 

କେଡେ ଆଶା ପୁଣି ଦେଉଛ ।


ଫେରିଲା ବେଳକୁ ପଛରୁ ଟାଣିକି

ମହାପ୍ରସାଦ ବି ଦେଉଛ l


ଜଗତର ନାଥ ଜଗତ ନାଥ ହେ 

କେଡେ ଲୀଳା ସତେ କରୁଛ।


ନାହିଁ ନାହିଁ କହି ଜୀବନକୁ ସଦା

ତୁମ ପାଶେ ଛନ୍ଦି ଦେଉଛ l


Rate this content
Log in

Similar oriya poem from Classics