ଇଚ୍ଛାଟିଏ
ଇଚ୍ଛାଟିଏ


ସନ୍ଧ୍ୟା !
କିଛି ନୂଆ ଥିଲା l
କେମିତି କେଜାଣି ସବୁ କୋଳାହଳ ମୟ
ନାଲି, ନୀଳ, ସାଗୁଆ ଭଳି ଭଳି ଆଲୋକର ରଶ୍ମିରେ
ଭୋକ ଜ୍ୱାଳାରେ ଝାପ୍ସା ଦିଶୁଥିବା ଆଖି ଦୁଇଟି
ଖୋଜୁଥିଲା ଅତୀତର ଇତିହାସ l
ଉପରକୁ ଦେଖିଲା ବେଳେ
ଅନ୍ଧାର ଆଢୁଆଳେ ଦିଶୁଥାଏ ପୁରୁଣା ହସ
ଇଛାଥିଲା ତାରା ମାନଙ୍କ ସହ ଟିକିଏ ଥଟ୍ଟା କରିବାକୁ
ନୂଆ ନୂଆ ଆଲୋକ ବୁଣି
ମରି ମରି ବଞ୍ଚିଥିବା ଜୀବନରେ ଅମୃତ ଦେବାକୁ l
କାହିଁ ସେ ସ୍ବପ୍ନ ?
ହଜିଗଲା କେଉଁ ଦିଗନ୍ତରେ
ଜାଳି -ଜଳି ନିରବ ଶବ୍ଦରେ l
ସ୍ଥାନ ନାହିଁ, ସମୟ ବି ନାହିଁ
ଇଚ୍ଛା ସବୁ ଶୋଇଯାଅ ନିଘୋଡ଼ ନିଦରେ
ମନତଳେ ଲିଭୁଥିବା ସଳିତା ଜଳାଇ
ଫମ୍ପା ଧ୍ୱନି ଫାଙ୍କିଦେଇ
ରକ୍ତରେ ଫୁଟୁଥିବା ଫୋଟକା ଫୁଟାଇ l