STORYMIRROR

Anil kumar Pradhan

Inspirational

4  

Anil kumar Pradhan

Inspirational

ବିକଶିତ ଭାରତର ଲକ୍ଷ

ବିକଶିତ ଭାରତର ଲକ୍ଷ

1 min
326


ଉଠ ଭାରତୀୟ ସ୍ୱାଧୀନ ବୀର

    ବିଜୟ ତିଳକ ମାରି 

ଉର୍ନ୍ନତି ର ପଥ ବିକଶିତ ରାଷ୍ଟ୍ର

   ସଂକଳ୍ପ ମନରେ ଧରି ।।


ଭୁଲିଯାଅ ସବୁ ପରାଧୀନ ପନ୍ଥା

   ଭୁଲି ଯାଅ ଜାତି, ଧର୍ମ

ଭାରତୀୟ ଏକ ଆମ ପରିଚୟ

    ମିଳିମିଶି କର କର୍ମ ।।


ସମ୍ବିଧାନ ନିତି ନିୟମ ମାନିକି 

    କର୍ତ୍ତବ୍ୟ ପାଳନ କରି

ରାଜନୀତି ଆମ ସତ୍ୟପଥେ ଚାଲୁ

    ବିକଶିତ ମାର୍ଗ ଧରି ।।

 

ସମସ୍ତ ଜନତା ନିର୍ଭୟେ ବଞ୍ଚନ୍ତୁ

   ଲାଞ୍ଚ, ମିଛ, ଖଞ୍ଚ ଛାଡ଼ି

ଦୁର୍ନୀତିର ଚେର ସମୂଳରୁ ନାଶି

  ଆଗେ ଯାଉ ଦେଶ ମାଡ଼ି ।।


ଏହି ଦେଶବାସି ନିଜ ହକ୍ ପାଇଁ

    ନ ବିକୁ ତାହାରି ସତ୍ତା

ଅଭାବ ନ ରହୁ ଜନତାଙ୍କ ପାଖେ

   ମୌଳିକ ଆବଶ୍ୟକତା ।।

     

ଜ୍ଞାନ, ବିଜ୍ଞାନ ଓ କୌଶଳ କ୍ଷେତ୍ରକୁ

    ଉର୍ନ୍ନତ ମାନ ର କରି 

ଭାରତ ମାଆ ର ଲଢୁଆ ଭୂମିରୁ

   ନିରକ୍ଷର ଦେବା ସାରି ।।


ବିକଶିତ ହେଲେ ଗ୍ରାମ ର ଜୀବନ

   ବିକଶିତ ହେବ ଦେଶ

କୃଷି କ୍ଷେତ୍ର ରେ ଉର୍ନ୍ନତି ଆଣିକି

   ଉଡାଇବା ବିଶ୍ୱେ ଯଶ ।।


କୁଟୀର ଶିଳ୍ପକୁ ପ୍ରତ୍ସାହନ ଦେଇ

    ବଢ଼ାଇ ଜନତା ଆୟ 

ଆତ୍ମନିର୍ଭରତା ଭାରତ ଗଢ଼ିକି

   ଗରିବୀ ହଟାଇ ଦିଅ ।।


ଶିକ୍ଷା, ସ୍ୱାସ୍ଥ୍ୟ ଆଉ ଗମନା ଗମନ

   କ୍ଷେତ୍ର ରେ ଉର୍ନ୍ନତି କରି

ବିକଶିତ ଦେଶ ଲକ୍ଷ ଗଢ଼ିବା

   ଗାନ୍ଧୀ ରାମରାଜ୍ୟ ପରି ।।


ଖେଳ, କୁଦ,ନାଚ ସଂସ୍କୃତି ବଞ୍ଚାଇ

   ଦେଶକୁ ଦେବା ଆଗେଇ

ପରମ୍ପରା ଆମ ବିକଶିତ କରି 

   ମହୀରେ ଦେବା ବିଛେଇ ।।

 

ବୈଷୟିକ ସାଥେ ଦୂରସଂଚାର ର 

    ବିକଶିତ କରି ଦେଶେ

ଯୋଗାଯୋଗ କ୍ଷେତ୍ର ଉର୍ନ୍ନତି କରିବା

    ପର୍ଯ୍ୟଟନସ୍ଥଳ ସାଥେ ।।


ଅସ୍ତ୍ର ଶସ୍ତ୍ର,ଜାନ- ବାହାନା ତିଆରି

    ଗଢିବା ବିକାଶ ଦେଶ

ସୀମା ରକ୍ଷା ପାଇଁ ଜଳ, ସ୍ଥଳ, ବାୟୁ

   ସେନା ସୁରକ୍ଷା ର ବାସ ।।


କଳକାରଖାନା ଗଢିବା ଦେଶରେ

   କରିବା ସାମଗ୍ରୀ ତିଆରି

ରପ୍ତାନି କରିକି ବିଶ୍ୱ ବଜାର ରେ

   ଅର୍ଥନୀତି ଦେବା ଗଢି ।।


ଅନ୍ଧ ବିଶ୍ୱାସକୁ ସମୂଳେ ନାଶିକି

   ସଦା ସଚେତନ ହେବା

କନ୍ୟା ଭ୍ରୁଣ ହତ୍ୟା ବାଲ୍ୟ ବିବାହ

   ଦେଶରୁ ହଟାଇ ଦେବା ।।


ଡିଜିଟାଲ କରି ଦେଶକୁ ଆମରି

   ବିକାଶ ଆଡକୁ ନେବା

ଦେଶର ସୁରକ୍ଷା ପରିବେଶ ସହ

   ନିତ୍ୟ ଦେଶେ କରୁଥିବା ।।


ଆସ ଭାଇ ବନ୍ଧୁ ଆସ ମୋ ଭଉଣି

   ଆସ ମୋ ଭାରତ ବାସି

ଭାରତ ବିକାଶ ସଙ୍ଗୀତ ଗାଇବା

   ଜୀବନରେ ହସି ହସି ।।


 ସ୍ୱଚ୍ଛ ଭାବନା ଶୁଦ୍ଧ ପରିବେଶ

   ଜୀବନ ର ବ୍ରତ ପଢ଼ି 

ବିକଶିତ ରାଷ୍ଟ୍ର ନିର୍ମାଣ କରିବା

   ବିଶ୍ଵଗୁରୁ ଦେଶ ଗଢି ।।


         


Rate this content
Log in

Similar oriya poem from Inspirational