Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Inspirational Others

3  

Nrusingha Narayan Tripathy

Classics Inspirational Others

ଅସ୍ପୃଶ୍ୟତା ଏକ ଘୃଣ୍ୟ ମାନସିକତା

ଅସ୍ପୃଶ୍ୟତା ଏକ ଘୃଣ୍ୟ ମାନସିକତା

1 min
145



ଜୀବଙ୍କ ମଧ୍ୟରେ ସାର ମଣିଷ ଅଟେ ସୁନ୍ଦର

   ଚାଲାକି ଚତୁର ପୁଣି ସଭ୍ୟ ଶିକ୍ଷିତ

ଅତି ପ୍ରିୟ ପ୍ରଭୁଙ୍କର ଦିବ୍ୟଜ୍ଞାନ ଭରପୁର

   ଦ୍ଵିତୀୟ ଈଶ୍ୱର ରୂପେ ପରା ବିଦିତ l


ସ୍ୱାର୍ଥରେ ହୋଇ ପାଗଳ ରଚେ ନର କେତେ ଖଳ

   ଜାତି ଧର୍ମ ଭାଷା ନାମେ ବିଭକ୍ତ କେତେ 

ନିଜ ବଡ଼ିମା ଦେଖାଇ ସମାଜ ସିଏ ବାଣ୍ଟଇ

    କୁସଂସ୍କାର ବିଷ ମଞ୍ଜି ବୁଣେ ଜଗତେ l


ଛୁଆଁ ଅଛୁଆଁର ଭାବ ରଚିକି ଅସ୍ୱୟା ଭାବ

   ସୃଷ୍ଟିକରେ ଭେଦ ଭାବ ଉଚ୍ଚ ନୀଚ୍ଚର

ଏ ଘୃଣ୍ୟ ମାନସିକତା ଜାତି ପ୍ରଥା ଅସଭ୍ୟତା

    ଆଧୁନିକ ଯୁଗେ ସାଜେ ଯେ କଳଙ୍କର l


ପୂଜା ପାଠ ପାଇଁ ମନା ମନ୍ଦିର ପ୍ରବେଶ ମନା

   କି ପାଇଁ ଏପରି ହୁଏ ବୁଝି ହୁଏନା

ସଭିଙ୍କ ରକ୍ତ ସମାନ ସବୁ ଘଟେ ନାରାୟଣ

   ଜାଣି ଶୁଣି ମାନିବା ଟା ସହି ହୁଏନା l


ଚଣ୍ଡାଳୁଣୀ ଘରେ ପଶି ଲକ୍ଷ୍ମୀ ଦେବୀ ହସି ହସି

   ନିଜର କରିଲେ ତାକୁ ଦେଇ ପ୍ରମାଣ

କେତେ ଧର୍ମ ସଂସ୍କାରକ କବି ଲେଖା ପ୍ରକାଶକ

   ପ୍ରସାର ପ୍ରଚାର କଲେ ଛୁଆଁ ବାରଣ l


ହଟୁ ନାହିଁ ଅସ୍ପୃଶ୍ୟତା ହଟୁନି ମାନସିକତା

    ଶିକ୍ଷିତ ହେଉନି ଯମା ଆମ ସଭ୍ୟତା

କରୁଅଛି ନିବେଦନ ସଭିଏଁ ବିଭୁ ସନ୍ତାନ

    ବିକାଶ ବିସ୍ତାର ହେଉ ମାନବିକତା l


Rate this content
Log in

Similar oriya poem from Classics