Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Children

4  

Nrusingha Narayan Tripathy

Classics Children

ଅବୁଝା ହୁଅନା ମୋ ସୁନା ଧନ

ଅବୁଝା ହୁଅନା ମୋ ସୁନା ଧନ

1 min
399



ଅବୁଝା ହୁଅନା ମୋ ଧନ ସୁନା

ମୋବାଇଲି ତୋତେ କରୁନି ମନା ll

ଡେଇଁବା ଖେଳିବା ବୟସ ତୋର

ଅଳସୁଆ ଠାରୁ ହୋଇବୁ ଦୂର ll


ପ୍ରଭୂ ଶ୍ରୀକୃଷ୍ଣଯେ ପିଲା ଦିନରେ

ଖେଳୁଥିଲେ ଧୂଳି ପରା ଦାଣ୍ଡରେ ll

ଜହ୍ନ ମାମୁଁ ଦେଖି ପିଲା ହସନ୍ତି 

ଅଜା ଆଈ ଗପ ନିତି ଶୁଣନ୍ତି ll


ସାଙ୍ଗ ସାଥି ମେଳେ ଥଟ୍ଟା ମଜାରେ

ଶିଶୁ କାଟେ ଦିନ ଖୁସି ମନରେ ll

ପିଲା ବୟସରେ ଡିଆଁ ଡ଼ିଇଁରେ

ହାଡ଼ ମଜଭୂତ ହୋଇଥାଏରେ ll


ଖାଲି ମୋବାଇଲ ଦେଖିଲେ ରହି 

ଆଖି ଦେବ କଷ୍ଟ ଜାଣିଥା ତୁହି ll

ନିଃସଙ୍ଗ ଜୀବନେ ନ ଥାଏ ଖୁସି

ତୁନି ହୋଇ ଯାଆ ଖେଳିବୁ ହସି ll


କହୁଛି ଜାଣିଥା ହୃଦ ରତନ

ଆଉ ପାଇବୁନି ତୋ ପିଲାଦିନ ll

ନାନା ଖେଳଣା ମୁଁ ଆଣିକି ଦେବି

ମନକୁ ତୋହର ଖୁସି କରିବି ll



Rate this content
Log in

Similar oriya poem from Classics