Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ଦୁର୍ଗତିନାଶିନୀ ନ ନିଅ ମେଲାଣି

ଦୁର୍ଗତିନାଶିନୀ ନ ନିଅ ମେଲାଣି

1 min
120



ଦୁର୍ଗତି ନାଶିନୀ ଦୈତ ବିନାଶନୀ

    କରୁଛୁ ପାଦେ ଗୁହାରି 

ନ ନିଅ ମେଲାଣି ପାପ ବଢ଼ିଲାଣି

    ମର୍ତ୍ତେ ରୁହ ଦୟାକରି l


କାମନା ରାକ୍ଷସ କରିଅଛି ବାସ

    ମନ ବୁଝେ ନାହିଁ ଶାନ୍ତି

ନରର ରକ୍ତରେ ଖେଳୁଛି ରଙ୍ଗରେ

    ପ୍ରେମ ଝୁରି ମରେ ପ୍ରୀତି l


ହତ୍ୟା ବଳତ୍କାର  ବଢେ ଭ୍ରଷ୍ଟାଚାର 

    କାୟାକୁ କରି ବିସ୍ତାର

ନାହିଁ ଭାତୃତ୍ୱର  ଖାଲି ବେଭିଚାର

    ଭୟେ ସର୍ବେ ଥରହର l


ରହି ଦେଖ ମାତା ଶିକ୍ଷିତ ସଭ୍ୟତା

    କର୍ମ କେତେ ଅସଭ୍ୟତା

କାନ୍ଦେ ପିତାମାତା ଜରାରେ ପୀଡିତା

    ଜରାଶ୍ରମ ଶେଷ କଥା l


ହଜିଛି ସାଧୁତା ସତ୍ୟ ଲାଗେ ପିତା

    ଆତୁରେ ଡାକୁଛି ନର 

ତୁମରି ସଂସାର ମାତା ରକ୍ଷାକର

    ସଂହାରି ଦୁର୍ଗ ଅସୁର l


ଶାନ୍ତି ପ୍ରଦାୟନୀ ଶକ୍ତି ପ୍ରଦାୟନୀ

    କରୁଅଛୁ ନିବେଦନ

ଯାଅ ନାହିଁ ଫେରି ମାତା ମାହେଶ୍ୱରୀ

    ଲାଘବ କର କଷଣ l



Rate this content
Log in

Similar oriya poem from Classics