Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ପୁଣ୍ୟମାସ

ପୁଣ୍ୟମାସ

1 min
266



ହେମନ୍ତ ଶିଶିର    ଦିଶେ ଢ଼ଳଢ଼ଳ

    ସରୋବରେ ଫୁଟେ ପଦ୍ମ

ନିରିମଳ ମନ    ପ୍ରକଟଇ ଭାବ

     ଭକତି ପୁଣ୍ୟ ଧରମ ।


ଶାରଦ ଫସଲ  ବଢେ ଶସ୍ୟ ଧାନ୍ୟ

     ସଞ୍ଚରେ ଅନ୍ନ ଜୀବନ

କାର୍ତ୍ତିକ ପଞ୍ଚୁକେ    ଧରମ କରମ

     ପ୍ରତ୍ୟୁଷରୁ ବୁଡ଼ ସ୍ନାନ ।


ମନ୍ଦିର ପ୍ରାଙ୍ଗଣେ   ଆଳତି ଦର୍ଶନ

    ଗୁଞ୍ଜେ ଶଙ୍ଖ ଘଣ୍ଟା ଧ୍ୱନି

ବୃନ୍ଦାବତୀ ମୂଳେ   ରଙ୍ଗର ମୂରୁଜ

     ସୁନ୍ଦର ଦିଶଇ ଭାରି ।


କାର୍ତ୍ତିକ ପୂର୍ଣ୍ଣିମା   ପୁଣ୍ୟ ଶୁଭଦିନ

    ସକାଳୁ ସ୍ନାହାନ ସାରି

ନଦୀ ପୋଖରୀରେ ପଟୁଆର ଡଙ୍ଗା

    ଭସାଇବା ଅଟେ ବିଧି ।


ପାନଗୁଆ ଥୋଇ   ଧୂପଦୀପ ଦେଇ

    ଶୁଭ ନାରିକେଳ ଭାଙ୍ଗି

ଭସାଇ ଦିଅନ୍ତି    ଧରମ ନଉକା

      ଗାଇ ଆକାମାବଇ ।


କାର୍ତ୍ତିକରେ ପୁଣ୍ୟ  ଆକାଶର ଦୀପ

     ଭାସୁଥାଉ ଜଳୁଥାଉ

ମହକୁ ମୋ ମାଟି  ପରାଣ ଉଚ୍ଛ୍ୱ।ସ

    ଦେବତ୍ୱ ଉନ୍ମେଷ ହେଉ ।


Rate this content
Log in

Similar oriya poem from Classics