ପ୍ରକ୍ରିୟା
ପ୍ରକ୍ରିୟା
ମୁଁ ଜାଣେ
ମୋତେ କେହି
ମୋ ଭୋକର ହିସାବ ମାଗେନି, କିନ୍ତୁ
ମୋ ଭୁଲର ହିସାବ ପାଇଁ
ଅନେକଙ୍କ ହାତରେ କାଗଜ କଲମ ।
ମୁଁ ଜାଣେ
ମୋ ସ୍ୱପ୍ନର ଉଡାଣ ଉପରେ
କାହାରି ନଜର ନ ଥାଏ , କିନ୍ତୁ
ମୋ ବିଫଳତାରେ କଟାକ୍ଷ ପାଇଁ
ଅନେକଙ୍କ ଆଖି , ମୋ ଉପରେ ।
ଅନେକଙ୍କୁ ଅଣ ଦେଖା
କରିଲା ପରେ ବି, ଅଗଣିତଙ୍କ
ପ୍ରତିବନ୍ଧକକୁ ଡେଇଁ ହୁଏ ନାହିଁ, ।
କେହି ନା କେହି, ପଛରୁ
ଭିଡ଼ି ନିଅନ୍ତି, ମୂଳକୁ
ଅବିରତ, ନିରବଚ୍ଛିନ୍ନ ଭାବରେ
ମାଗି ନିଅନ୍ତି, ଶେଷ ନିଶ୍ବାସ ଟିକକୁ ।
