Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Classics

3  

Krishna Mishra

Classics

ସଖା ମୋର

ସଖା ମୋର

1 min
367



ସଖା ମୋର!

ସମ୍ପର୍କ, ତୁମ ଓ ମୋର!

ସେ ଯେ ଢେଉ ଓ ସାଗର,

ମଧୁକୁଞ୍ଜେ ସମୀର


ଗୀତ ର ଛନ୍ଦ ତୁମେ,

ଗୁଣୁ ଗୁଣୁ ମୋ ଓଠର,

ହୃଦୟ ର ସ୍ପନ୍ଦନ କେବେ,

 ଆତ ଯାତ ନିଃଶ୍ବାସ ର


ଉଷାର ଆଲୋକ ହୋଇ,

ସୃଷ୍ଟିର ରଚନା କର,

ରଜନୀ ର ତାରକା ତୁମେ,

ମନର ଦୁଃଖ ହର

କେବେ କଳିକା ଓ ଭ୍ରମର,

ପୁଣି

ମେଘ ଆଉ ଶ୍ରାବଣର,

ସମ୍ପର୍କ ତୁମ ଓ ମୋର!


ବେଦ ପରି ପବିତ୍ର,

ତୁମେ ମୋ ପୂଜା ର ମନ୍ତ୍ର,

ଜୀବନର ଅନ୍ଧାର ରାତ୍ରିରେ,

ଆଶାର ଦୀପକ ତୁମେ,

ସତରେ

ମୀରା ଓ କାହ୍ନାର,

ଶିବ ଆଉ ଗଙ୍ଗା ର,

ସମ୍ପର୍କ ତୁମ ଓ ମୋର !

    

   


Rate this content
Log in

Similar oriya poem from Classics