STORYMIRROR

Alka Mohanty

Classics

3  

Alka Mohanty

Classics

ଜୀବନ ନୌକା

ଜୀବନ ନୌକା

1 min
382


ବରଷା ଜଳରେ କାଗଜର ଡଙ୍ଗା ବାହିଲା ନାଉରୀ ଯେତେ,

ନିଷ୍ପାପ ହୃଦୟେ ସାହସ ବlନ୍ଧେସେ ଆସିଲେତୋଫାନକେତେ।


ଅଜ୍ଞାନୀ ଶିଶୁ ସେ ଅନଭିଜ୍ଞ ଆତ୍ମା ଭସାଇ ସ୍ରୋତ ରେ ନାଆ,

ଅନ୍ଧାର ରେ ସିଏ ଜାଣି ବି ନଥାଏକିଏ ହେବ ତାର ସାହା।


କାଚ ଗୁଲି, ଖପରା କୁ କ ରି ରଖେ ଅଣ୍ଟି ଧନ ଗଣ୍ଠି

ଜିତି ହୁଏ ଖେଳେ କେତେ ବିଜେୟତା ସେଠି।


କେତେ ଜିତ୍ କେତେ ହା ର ନାହିଁ ଯେ ଠିକଣା,

ଶିଶୁ ହୃଦ କିନ୍ତୁ କେବେ ନହୁଏ ବାଟ ବଣା।


କେତେ ସାଥୀ, କେତେ ବନ୍ଧୁ କାହିଁ କେତେ ଥିଲେ।

କିଏ କେତେ ସ୍ବପ୍ନ ନେଇ ସାଥେ ଖେଳୁ ଥିଲେ।।


ଭବିଷ୍ୟତ ବୋଲି କଣ କିଏ ବା କହିବ।।

କିଏ ଅବା ଜାଣୁ ଥାଏ ଆଗେ କିସ ହେବ,


କିଏ ଏକ ପ୍ରଜାପତି ହୋଇ ଉଡିଯାଏ,

କିଏ ପୁଣି ପ୍ୟୁପା ମଧ୍ୟେ ରହି ମରିଯାଏ।


କିଏ ଫୁଲ ହୋଇ ମହକାଏ ବିଶ୍ଵ ଦରବାର,

କିଏ ଫୁଟି ଝରିଯାଏ ହୁଏ ନାର ଖାର।।


ବାଲ୍ୟ କାଳେ ନଥାଏ ଯେ ଉଚ୍ଚ ନୀଚ ଭାବ,

କିଏ ପୁଅ କିଏ ଝିଅ ନଥାଏ ପ୍ରଭେଦ।


ମାନବ ଜୀବନେ ଶିଶୁ ଅଟେ ନିଷ୍କଳଙ୍କ,

ସେ ପରା ଅଟେ ଅନ୍ୟ ରୂପ ଇଶ୍ୱରଙ୍କ।


ସତ୍ୟ ଏହା ଚିରନ୍ତନ ଆମେ ସବୁ ଆତ୍ମା 

ନିଜ ନିଜ ଅଭିନୟ ସାରି ବହୁଡ଼ିବା,


ସେହି ଇଛlମୟଙ୍କ ର ନିର୍ଦ୍ଦେଶ ମାନିବା।

ନିଜ ହାତେ ନିଜ କର୍ମ କରି ଚାଲିଥିବା ।


ନଶ୍ୱର ଦୁନିଆ ଏ ଯେ କେ ନୁହେଁ କାହାର

କର୍ମ ହିଁ ସର୍ବସ୍ବ ଆମ କର୍ମେ ଜିତେ ନର ।।


ଜୀବନଟା ନୁହେଁ ଖାଲି ସ୍ଵର୍ଣ୍ଣ ସ୍ୱପ୍ନେ ଭରା,

କେତେ ଫୁଲ ଫୁଟେ , କିଏ ଥାଏ ବାସ ହରା।


କିଛିଟା ପ୍ରlରବ୍ଧ କିଛି ଟା ସ୍ଵ -ଲବ୍ଧ ,କିଛି ପ୍ରଭୁ ଙ୍କ ର ଦୟା,

କରିବା କରମ କମଳ ସମାନ ମନରେ ନଥିବ ମାୟା।


ଜୀବନ ତରି ଟି ବାହିଲା ସମୟେ , ସାଥେ ଥିବେଦୟାମୟ,

 କାମନା ବାସନା ରହିତ- ଜୀଵନ , ହୋଇବ ଆନନ୍ଦମୟ।



రచనకు రేటింగ్ ఇవ్వండి
లాగిన్

Similar oriya poem from Classics