STORYMIRROR

Alka Mohanty

Abstract Inspirational

4  

Alka Mohanty

Abstract Inspirational

ସ୍ରଷ୍ଟା ର ଅଭିଳାଷ

ସ୍ରଷ୍ଟା ର ଅଭିଳାଷ

1 min
414

ମାତୃଭୂମି ଆଉ ମାତୃଭାଷା ଆମ

ଜନନୀ ସେ ସ୍ଵର୍ଗ ସମ,

ଅନନ୍ୟ ଆମର ଓଡ଼ିଆ ଭାଷା ଯେ

ଉଷା କମଳିନୀ ସମ।


ଦେଶ ବିଦେଶରେ ଟେକ ରଖିଯିବା

ମାଆ ମାତୃକାର ଲାଲ୍,

ବିଶ୍ଵ ଦରବାରେ ଶାସ୍ତ୍ରୀୟ ଭାଷାର

ଜୟକାର କରି ଚାଲ।


କିଛି ବାକି ନାହିଁ କିଛି ଦୂର ନାହିଁ

ବିଶ୍ଵ ହେଲା ସଙ୍କୁଚିତ,

ବିଜ୍ଞାନୀ ଜନ୍ମିଲେ ସୁଯୋଗ ମିଳିଲା

ସର୍ବେ ହୋଇଲେ ଏକତ୍ର।


ସଭିଙ୍କ ପାଖରେ ବାର୍ତ୍ତା ପହଞ୍ଚିଲା

ଏହି ଭାଷାର ପ୍ରୟୋଗେ,

ଆଲୋକିତ ହେଲା ଅଜ୍ଞାନ ଯାମିନୀ

ସୁଖୀ ହେଲେ କାଳ ବଳେ।


ମାତୃଭାଷା ସଦା ଅଟେ ମଧୁମୟ

ଅନ୍ୟ -ଭାଷା ଲାଗେ ଧର୍ମ-ମାଆ,

ଯେତେ ଯାହା ଭାଷା ଶିଖୁ ଥାଏ ନର

 ମାତୃଭାଷା ମୂଳଦୁଆ।


ମହାନ୍ କରିଲେ ଦେଶ ମାତୃକାର

ଆପେ ହୋଇବ ମହାନ୍,

ମଗା ଜଚା ଦ୍ରବ୍ୟ ପୂର୍ଣ୍ଣ କରେନାହିଁ

ନମିଳେ ମଧ୍ଯ ସମ୍ମାନ।


କରିବା ପ୍ରତିଜ୍ଞା ଭାଷା ମହକୁମ୍ଭେ

ହୋଇ ତାର ଧରୋହର,

ପ୍ରଜ୍ୟୋଳିତ ରହୁ ସାହିତ୍ୟ ଦୀପିକା

ଏହି ଅଭିଳାଷ ସ୍ରଷ୍ଟାଙ୍କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract