STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ପ୍ରବଞ୍ଚନା

ପ୍ରବଞ୍ଚନା

1 min
200


ଧୃତ ଲୋକଟି କହିଚାଲେ ମିଛ ପରେ ମିଛ

ନିମିଷକେ ରଚିଦିଏ ପ୍ରହେଳିକା ମାୟା

ବେଶ୍ ଶ୍ରୁତି ମଧୁର ତାହାର ବକ୍ତବ୍ୟ

ସାଉଁଟିଚାଲେ ଆଞ୍ଜୁଳା ଆଞ୍ଜୁଳା ପ୍ରଶଂସା

ମିଠାକଥା ଶୁଣିବାକୁ ବା କାହାର ଅସ୍ପୃହା ।


ସତ୍ଯବାଦୀ ବିଚାରଶୀଳ ବ୍ଯକ୍ତି ସଦା କହେ

ରୋକଠୋକ ନିର୍ଭୁଲ୍ କଟୁ ସତ୍ଯ ବଚନ

ପ୍ରକାଶେ ନିଠୁର ବାସ୍ତବ ତଥ୍ୟ ନରଖି ଗୋପନ

ସତ କଥା ତ ସଭିଙ୍କୁ ଅଡୁଆରେ ପକାଏ

କି ଅବା କାହିଁକି ସତକୁ ଅନ୍ତରୁ ଭଲପାଏ ।


ଆପଣାର ମୁଖେ ଲେପି କୃତ୍ରିମ ରଙ୍ଗର ପ୍ରଲେପ

ଲୁଚକାଳି ଖେଳୁଥାଏ ବହୁରୂପୀ ଧୃତ ପ୍ରବଞ୍ଚକ

ସାଜିଥାଏ ସବୁରି ମହଲରେ ପ୍ରଶଂସାର ପାତ୍ର

ରୂପ ସୌନ୍ଦର୍ଯ୍ୟ ଆଢୁଆଳେ ଚତୁରେ କରୁଥାଏ

ସଦା କାର୍ଯ୍ୟନଷ୍ଠ ଯଥା "ବିଷ କୁମ୍ଭ ପୟୋମୁଖ ।


ଚତୁର ଚାଟୁକାରିତାର ଚୋରାବାଲିରେ ରଚିଥାଏ

ଆନ ଲାଗି ଭୟଙ୍କର ଷଡଯନ୍ତ୍ର ମରଣର ଯନ୍ତା

ମୁଖେ ରଟି ପ୍ରଶଂସା ପ୍ରଶସ୍ତି କରେ ଆକର୍ଷିତ

ଧୃତ ପ୍ରବଞ୍ଚକ ଶଠ ଲୋକକୁ ଦୂରରୁ ଜୁହାର

ସଦା ସ୍ପୃହଣୀୟ ବିଚାରଶୀଳ ବ୍ଯକ୍ତିର ଧିକ୍କାର ।


Rate this content
Log in

Similar oriya poem from Abstract