STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ନୀରବ ବିଳାପ

ନୀରବ ବିଳାପ

1 min
198


ନୀରବରେ ଆସି ନୀରବରେ ଯିବି ଫେରି

ମନେ ରହିବନି ତୁମ୍ଭର ତିଳେ ଦ୍ଵନ୍ଦ କାହାରି

ମୋତେ କି ଲୋଡ଼ା ଆସିବାକୁ ତୁମ୍ଭ ଆମନ୍ତ୍ରଣ ?

ମୁଁ ତ ସ୍ବେଚ୍ଛାରେ ଅବିରତ କରୁଥାଏ ବିଚରଣ।

ତୁମ୍ଭ କହିବା ନ କହିବାରେ କି ମୁଁ ବିବ୍ରତ ?

ତୁମ୍ଭ ଚାହିଁବା ନ ଚାହିଁବାରେ କି ମୁଁ ବିଚଳିତ?

ତୁମ୍ଭେ ତ ବାନ୍ଧିରଖି ପାରିଲ ନାହିଁ ପ୍ରୀତିପାଶରେ

ସେଲାଗି ମୁଁ ଭ୍ରମୁଛି ଇତଃସ୍ତତ ଦୂର ପ୍ରବାସରେ।

ସଭିଏଁ ମଗନ ଆପଣା ରାଇଜେ ଆପଣା ଧୂନରେ

କାହିଁ ବା କାହାକୁ ହଇରାଣ କରିବି ମୁଁ ଅକାରଣରେ?

ମନ ଯେବେ ମିଳେ ନାହିଁ ଦୁନିଆରେ କାହା ସାଥିରେ

ପାଶେ ଥାଇ ବି ଘୁରେ ଦୂରେ ସବୁରି ଅଲକ୍ଷ୍ୟରେ।

ଢାଳିବିନି ଅଶ୍ରୁ ଜଳ ତୁମ୍ଭରି ନିଠୁର ଅବିଚାରେ

ସହିଯିବି ସକଳ ଯାତନା ତୁନି ହୋଇ ନୀରବରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract