STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଅଭିମାନ ବୋଲି କିଛି

ଅଭିମାନ ବୋଲି କିଛି

1 min
212


ଅଭିମାନ ବୋଲି କିଛି ନାହିଁ 

ମୋ ଭିତରେ ,

ଝୁରୁ ଅଛି ପ୍ରିୟା ତୁମକୁ ଚାଲି ଗଲା ପରେ।

ପ୍ରେମ କରି ଥିଲି ତୁମ କୁ ମୋ ମନ ଦେଇ,

ଏତେ ଅଭିମାନୀ ତୁମେ ଗଲ ମୋ ଠାରୁ ଦୂରେଇ।

ତୁମେ ଭାରି ଅଭିମାନୀ ଟିକେ ଟିକେ

କଥାରେ ଅଭିମାନ କରିଥାଅ,

ତୁମ ପାଇଁ ମୋର ଅଭିମାନ. କିଛି 

ନାହିଁ ତୁମେ ମୋତେ କହି ଥାଅ।

ତୁମେ ମୋତେ କେତେ ଅଭିମାନ କରି ଚାଲି ଗଲ,

ମୋ କଥା ଥରେ ଦିନେ ନ ଭାବିଲ।

ତୁମ ମନ ରେ ମୋ ପାଇଁ ଏତେ ଅଭିମାନ ରଖିଥିଲ,

ମିଛ ମିଛ କା କାହିଁ ମୋତେ ପ୍ରେମ କରୁଥିଲ।

ତୁମ ପ୍ରେମ ମୋ ପାଇଁ ଛଳନା ଥିଲା,

ଅଭିମାନି ପ୍ରିୟା ମୋର ଧୋକା ଦେଇ ଗଲା।

ରାଗ ରୁଷା ଅଭିମାନ ଜୀବନ ରେ ଆସେ,

ଅଭିମାନ ଭିତରେ ପ୍ରେମ ଫୁଲ ଟା ବେଶୀ ବେଶୀ ବାସେ।

ତୁମେ ସିନା ଅଭିମାନ କରି ଦେଲ 

ପର କରି,

ଅଭିମାନ କେବେ କରିନି ତୁମ, ଉପରେ ଯେବେଠୁ କଲ ମୋ ମନ ଚୋରି।

ତୁମ କଥା ରେ କେବେ ଅଭିମାନ କରି ନାହିଁ,

ଭଲ ପାଉଛି ପାଉଥିବି କେବଳ ତୁମରି ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics