ଓଠ ତଳ ହସ
ଓଠ ତଳ ହସ
ବର୍ଷା ପରେ ଭିଜା ମାଟିର ବାସ୍ନା ଯାଏଁ
ସନ୍ଧ୍ଯା ଆଳତିର ଜ୍ୱଳନ୍ତ ଦୀପଶିଖା ଠାରୁ
ଅନ୍ଧକାର ଭିତରେ ଦୁରରୁ ଭାସି ଆସୁଥିବା
ମଳୟ ପବନର ଛନ୍ଦ ଯାଏଁ
ସମସ୍ତଙ୍କୁ ଅତି ନିଜର କରିପାରେ
ସମସ୍ତଙ୍କର ସବୁଠୁ ଆପଣାର ବି ହୋଇପାରେ
ରହିଯାଏ ଖାଲି ଗୋଟିଏ "କିନ୍ତୁ" ଏ ସବୁ ଭିତରେ,
ସତରେ କ'ଣ କେବେ ଅନ୍ତ ହେବନି ଏ ପ୍ରତିକ୍ଷା ର ?
କଢ ଟିଏ କ'ଣ ସାର୍ଥକ ହେଇପାରିବନି
କାହିଁ ଦିନରୁ ବହି ଯାଉଥିବା ଝରଣାଟି କ'ଣ
ତ୍ରୁଷ୍ଣା ମେଣ୍ଟେଇ ପାରିବନି ବାଟୋଇର ?
ସରିଗଲା ଦିନ ପୁଣି ପାହିଯିବ ରାତି
ଯୋଡି ହେଇଯିବ ଆଉ ଗୋଟେ ଦିନ
ସେ ଅପେକ୍ଷାର ବର୍ଷରେ
ପୁଣି ଶବ୍ଦ ଗୁଡା ଉଡିଯିବେ ପାଗଳ ଭଅଁର ପରି
ଭାବନା ସବୁ ଲିଭିଯିବେ
ଦୁଆର ମୁହଁର ସଂଜବତୀ ପରୀ ।