STORYMIRROR

Alka Mohanty

Abstract Fantasy Inspirational

3  

Alka Mohanty

Abstract Fantasy Inspirational

ମନ ଚାହେଁ

ମନ ଚାହେଁ

1 min
135


ମନ ଚାହେଁ ଉଡ଼ିଯିବି କାହିଁ କେତେ ଦୂର,

ମନ ଚାହେଁ ଦେଖିବାକୁ ପ୍ରକୃତି ସୁନ୍ଦର।

ମନ ଚାହେଁ ମିଶିବାକୁ ମନ ମଣିଷକୁ,

ମନ ଚାହେଁ ଏଡି ଦେବି ସବୁ ବନ୍ଧନକୁ।


ମନ ଚାହେଁ ଖାଇବାକୁ ସ୍ଵାଦିଷ୍ଟ ବ୍ୟଞ୍ଚନ

ମନ ଚାହେଁ ସବୁ ମିଳୁ ନଥିଲେ ବି ଧନ,

ମନ ଚାହେଁ ରହିବାକୁ ସ୍ଵର୍ଣ୍ଣ ହୀରା ଘରେ 

ମନ ଚାହେଁ ଦିବାନିଶି ଥା'ନ୍ତି ପଲଙ୍କରେ।


ମନ ଚାହେଁ ପାଶେ ଥାଉ ପୁଷ୍ପକ ବିମାନ

ମନ ଚାହେଁ ପହଞ୍ଚିବି ବିଜୁଳି ସମାନ।

ମନ ଚାହେଁ ନଥାନ୍ତା କି ବାଦ ଅପବାଦ,

ମନ ଚାହେଁ ନଥାନ୍ତା କି ବିପଦ ଆପଦ।


ମନ ଚାହେଁ ପରୀ ହୋଇ ଆକାଶରେ ଥିବି

ମନ ଚାହେଁ ଚମତ୍କାରୀ ସେବା କରୁ ଥିବି।

ମନ ଚାହେଁ ଇଚ୍ଛାଧାରୀ ଦେବୀହେବା ପାଇଁ

ମନ ଚାହେଁ ଦେଉଥିବି ନା କରିବାର ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract