STORYMIRROR

Alka Mohanty

Abstract Inspirational

4  

Alka Mohanty

Abstract Inspirational

ପ୍ରେମ ଦାନ

ପ୍ରେମ ଦାନ

1 min
1.4K

ଜୀବନ ସଉଦା କରୁଥିଲେ ସାଥୀ 

ହିସାବ ନକର ସେଠି,

ପୂର୍ଣ୍ଣ କର ତୁମ ଇପ୍ସିତ ସ୍ବପ୍ନ

ତ୍ୟାଗ ର ଭାବନା ରଖି।


 ହୃଦୟ ପୁଷ୍ପ ର ବାସ୍ନା ମହକିବ

ସଦ୍ୟ ପ୍ରସ୍ଫୁଟିତ ସମ,

ବିନାୟାସେ ବୋଧଗମ୍ୟ ହୋଇଯିବ

ନଥିବ ବିକାର କାମ।


ଯେତେ ଯେତେ ଦାନ କରିବ ସଭିଙ୍କୁ

ମହକିବ ତୁମ ହସ୍ତ,

ନିଷ୍କାମ ପ୍ରୀତିରେ ଲାଭ କ୍ଷତି ନାହିଁ

ନଥାଏ ବି ଦୌର୍ଘ୍ୟ ପ୍ରସ୍ଥ।


ପାଇବାରେ ନାହିଁ ଆନନ୍ଦ ସାଥୀ

ଦେଇଥିଲେ ମିଳେ ଶାନ୍ତି,

ଉପର ହସ୍ତରେ ଦେଇ ଚାଲ ତୁମେ

ମାଗିବାଟା ହୀନ ବୃତ୍ତି ।


ଈଶ୍ୱର ଆମର ପ୍ରେମର ସାଗର

ଉଦାରତାର ପ୍ରତୀକ,

ଦେବତ୍ଵରେ ଥାଏ ଦାନର ପ୍ରବୃତ୍ତି

ନାହିଁ ପ୍ରାପ୍ତି ର ମହକ।


ପ୍ରେମ ରୁ ଆରମ୍ଭ ପ୍ରେମରେଶେଷ 

ଜୀବନର ଜୟ ଯାତ୍ରା,

ପ୍ରେମ ବିନା ଯାତ୍ରୀ ଦିଗହରା ଏଠି

ହୋଇଯାଏ ଲକ୍ଷ୍ୟ ହରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract