STORYMIRROR

Pratap Kumar Routray

Abstract Classics Inspirational

3  

Pratap Kumar Routray

Abstract Classics Inspirational

ବୋଉ

ବୋଉ

1 min
158

ବୋଉ ତୁ କାହାଣୀ ନୁହଁ ବରଂ ବାସ୍ତବ ଭଗବାନ।        

ମୁଁ ଭଗବାନକୁ ଜାଣିବା ଦରକାର ନାହିଁ ତୁ ମୋ ବୋଉ   

ମୋ ସାକ୍ଷାତ ଭଗବାନ।      

                

ତୋ ପାଇଁ ଲୋଡ଼ାନାହିଁ ଶ୍ରୀ ମନ୍ଦିର ୬୦ ପଉଠୀ ଭୋଗ ନିର୍ମାଲ୍ୟ। ତୋ ଶାଗ ପଖାଳରେ ମୁଁ ପାଏ କୋଟି କୈବଲ୍ୟ।   

ତୁ ମୋ କୁଡିଆର ତୁଳସୀ ମୋ ଜୀବନ ଦୀପ ।   


କାହିଁକି ଯିବି ମୁଁ ସେ ମନ୍ଦିରକୁ ?                 

ପଥର କି ଜବାବ ଦେବ ? ତୁ ଯେ ମୋ ଜୀବନ ତୁ ମୋ ଭଗବାନ।       

                        

ନ ମାଗିଲେ ବି ମନ ଜାଣି ଦେଇପାରୁ ନକହିଲେ ବି ହୃଦୟର କଥା କହିପାରୁ ।

             

ବୋଉ ଲୋ, ତୁ ମୋ ସ୍ରଷ୍ଟା ମୁଁ ତୋ ସୃଷ୍ଟି ଦେଇପାରୁ ତୁ ସର୍ବଦା ଶୁଭ ଦୃଷ୍ଟି। 

                          

ତୋ ପଣତ କାନି ବାଜିଲେ ମୋ କଷ୍ଟ ଦୂର ହୁଏ ତୋ ହାତ ଲାଗିବାରୁ ମୋ ଜୀବନ ଆରମ୍ଭ ହୁଏ।    

     

ବୋଉ ତୁ ମୋ ପାଇଁ ସାକ୍ଷାତ ଈଶ୍ୱର ମୁଁ ତୋ ଭକ୍ତ ଆଲୋକ ମୋ ଜୀବନର ।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pratap Kumar Routray

Similar oriya poem from Abstract