STORYMIRROR

Alka Mohanty

Abstract Inspirational

3  

Alka Mohanty

Abstract Inspirational

ପ୍ରେମର ଭାବ

ପ୍ରେମର ଭାବ

1 min
229


ପ୍ରଭୁ ଚିନ୍ତନରେ ଯେବେ ବୋହି ଯାଏ 

ଲୁହ ଧାରା ତୁମ ଅନାୟାସେ,

ଭାବି ନିଅ ତେବେ ପହଞ୍ଚି ଯାଇଛି

ଭାବ ତୁମ ଭାବଗ୍ରାହୀ ର ପାଶେ।


ଦୁଇ ଧାର ବୋହିଯାଏ ଯେବେ

ପ୍ରିୟା ର ପ୍ରେମ ସ୍ମରଣେ,

ବିଦାରିତ ହୃଦ, କ୍ଷତାକ୍ତ ମନ

ବିହରେ ତମଶା ବଣେ।


ବିରହେ କ୍ରନ୍ଦନ କରୁଥାନ୍ତି ପ୍ରେମୀ

 ଚାନ୍ଦ ପାଇଁ ଯେ ଚାକୋରି,

ଭକ୍ତ ଭଗବାନ ସମ୍ପର୍କରେ ନାହିଁ

ତିଳେ ମାତ୍ର ପୂତ ବାରି।


ସତ୍ୟ ଶାଶ୍ବତ ପ୍ରେମର ବାର୍ତ୍ତା

ନଥାଏ ବି ଜଟିଳତା,

ପଶୁପକ୍ଷୀ ଅବା ଗଛଲତା ଆଦି

ବୁଝେ ତାର ସରଳତା।


ଭାବ କୁ ନିକଟ ଅଭାବକୁ ଦୂର

ସ୍ନେହ ପ୍ରେମ ଅବା ପବିତ୍ରତା,

ଦାନ କରିଛି ମୁଁ ନିସ୍ୱାର୍ଥ ପ୍ରେମକୁ 

 ହୋଇଛି ମୁଁ ସମର୍ପିତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract