Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Classics Inspirational Others

3  

Prabhati Mahapatra

Classics Inspirational Others

ଶସ୍ୟଶ୍ୟାମଳା ପୂର୍ଣ୍ଣା ମା

ଶସ୍ୟଶ୍ୟାମଳା ପୂର୍ଣ୍ଣା ମା

1 min
138


ଶୀତରେ ଶୀତରେ ଲକ୍ଷ୍ମୀଙ୍କ ଗୀତରେ

ମଜିଛି ଏ ପ୍ରାଣ ମୋର

ପାଚିଲା ଧାନର ପେନ୍ଥା ପେନ୍ଥା ଗୁନ୍ଥା

ଅନ୍ନପୂର୍ଣ୍ଣା ମାତା ଘର ।


ଗୋରବ ଲିପନ୍ତି   ଚାଷୀଙ୍କ ଘରଣୀ

ଦିଶେ ସ୍ଵର୍ଣ୍ଣ ଖଳା ସତେ

ପାହାଡ଼ ପରିକା   ଧାନ ବିଡା ଦୃଶ୍ୟ

ଏକ ପରେ ଏକ ଯେତେ ।


ମଗୁଶୁର ମାସେ  ପାଦ ଦେବେ ମାତା

ବରଷି ଭୁବନାନନ୍ଦ

ପୁଷ ପୁନେଇଁରେ   ଧବଳ ମଣ୍ଡାରେ

ପୂଜିବେ ମାତାଙ୍କ ପାଦ ।


ଶ୍ରମ ସ୍ଵେଦ ବିନ୍ଦୁ    ମଥାରୁ ନିଗାଡି

ଲକ୍ଷ୍ମୀଙ୍କୁ କୃଷକ ଆଣେ

ସାରା ବରଷର     ପରିଶ୍ରମ ଭୁଲି

ସୌଭାଗ୍ୟ ଲଲାଟେ ଟାଣେ ।


ବିଷ୍ଣୁପ୍ରିୟା ମାତା     ଜଗତ ଜନନୀ

ସକଳ ଭରସା ପରା 

ଶୁଦ୍ଧ ପୁତ ମନେ   ଚରଣ ସେବିଲେ

ଅନ୍ଧାର ଦିଶଇ ତୋରା ।



Rate this content
Log in

Similar oriya poem from Classics