STORYMIRROR

Yudhisthir Khamari

Classics

3  

Yudhisthir Khamari

Classics

ଅଭୁଲା ମୁହୂର୍ତ୍ତ

ଅଭୁଲା ମୁହୂର୍ତ୍ତ

1 min
147

 ସତେ କି ଭୁଲି ହେବ ସେଇ ସମୟ

 ଯେତେବେଳେ ସବୁ ଥାଇ କି ବି 

 ନ ଥିବାର ଅନୁଭୁତ ହୁଏ

 ହାତ ପାହାନ୍ତାରେ ଛାଡି ଯାଆନ୍ତି ଆତ୍ମିୟ ମାନେ

 ଭୁଲି ହେବ କି ସେଇ ମୂହୁର୍ତ୍ତ ମାନ 

 କାନ୍ଦିବା ଲୋଡା ଥିଲେ ବି 

 କୋହ କୁ ଚାପି ରଖିବାରେ ନାଚାର ହେବାରେ

 ମନର ନିଆଁକୁ କୁ ମନେ ମାରିବାର

 ତଥା ନିଜେ ସନ୍ତୁଲି ହେବାର

 ସତେକି ଭୁଲିହେବ ସେଇ ସମୟ

 ଯେତେବେଳେ ନିଜ ଆଗରେ ନିଜ ପିଲାଛୁଆ

 ଭୋକରେ ଆଉଟୁ ପାଉଟୁ

 ହେଲେ ନିଜର ତାକତ ନ ଥିବ

 ଦାନା ଗୁଣ୍ଡେ ପାଟିରେ ଦେବାକୁ

 ଭୁଲି ହୁଏନି ସେଇ ସାଙ୍ଗ ମେଳ

 ଯାହା ମିଲିଥିଲା ପିଲାଦିନେ

 ଗୋଟିଏ ଘାଟରେ ଗାଧେଇବା

 ମାଟିରେ ନାଳ କରି ସୁସୁ କରିବା

 ପଡୋଶୀ ବାଡିରୁ ପିଜୁଳି ଚୋରି କରି

 ବାଡରେ କଣ୍ଟା ଲାଗି ପ୍ୟାଣ୍ଟ୍ ଚିରିଯିବା

 ଘରେ ମାଁ ଠୁ ମିଠା ମିଠା ଗାଲି ଶୁଣିବା

 ଅବଧାନେ ଙ୍କ ଠୁ ବେତ ପାହାର ପାଇବା

 ସହପାଠୀ ଙ୍କ ସହିତ ସହ ମିଠା ମିଠା ଦୁଷ୍ଟାମି

 ତା ସାଥିରେ ନିଜକୁ ନାୟକ ସଜାଇ

 ମନ ଭିତରେ ନାୟିକା ନାଁ ନେଇ

 ସୁଯୋଗ ଉଣ୍ଡି କଣେଇ କଣେଇ ଚାହିଁବା

ଗୋଟିଏ ସାଙ୍ଗର ଟିଫିନ୍ ସମସ୍ତେ

ମିଶିକି ଖାଇବାଅଭୁଲା ସତରେ

ଘଟଣା ଦୁର୍ଘଟଣା ସେତେବେଳେ ସିନା

ଏବେ ପାଳଟିଛି ତାହା ସ୍ମୃତି

ଅଭୁଲା ଚିରଦିନ ପାଇଁ ହୃଦୟ ମନ୍ଦିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics