STORYMIRROR

Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ରୋକିବା ଧ୍ବଂସାଭିମୁଖୀ ଗତିକୁ

ରୋକିବା ଧ୍ବଂସାଭିମୁଖୀ ଗତିକୁ

1 min
209


ସମୟ ଧାଉଁଛି ତାର ଧାରାରେ,

ଆଜି ଧନୀ, ଅତି ମାନ ଗରଵ କରେ ।


କାଲି ନଥିବ, ଜ୍ଞାନୀ ଏହା ବୁଝିଛିରେ,

ସମୟ ଗଡୁଛି ପରା ତା କାଳଚକ୍ରରେ ।


ଦିନୁ ଦିନ ଭାଗ୍ୟ ଭଗବାନ ନାମରେ 

ନିଜ କର୍ମ ଭୁଲି ଯାଇ ଲିପ୍ତ ଅକର୍ମରେ।


ମଣିଷ ପଣିଆ ଧର୍ମ ଭୁଲି ହୃଦୟରେ

ପ୍ରକୃତିର ପରିବେଶ ନଷ୍ଟ କରିଛରେ ।


ମଣିଷ ପଣ ମଣିଷଟା ଯଦି ନବୁଝିଲା

ଜ୍ଞାନ ବିଜ୍ଞାନକୁ ବିନାଶରେ ଲଗାଇଲା ।


ତାର ଫଳ ନିଶ୍ଚୟ ଆମେ ଭୋଗିବା,

ପ୍ରକୃତିର ତାଣ୍ଡବ ନୃତ୍ୟ ତ ଦେଖିବା ।


ପ୍ରକୃତି ରୋଷରେ ଝଡ଼ି ବର୍ଷା ହେଉଛି

ଅଂଶୁଘାତରେ କେତେ ପ୍ରାଣ ନେଉଛି ।


ବରଷା ବଢ଼ି କେତେ ଅନ୍ଧାର ଘୋଟୁଛି

ହିମ ସ୍ରୋତରୁ ତ ସ୍ଖଳନ ହେଉ ଅଛି ।


ମୃତ୍ୟୁ, ଭିନ୍ନ ଭିନ୍ନ ରୂପରେ ଆସୁଛି

ହା ଅନ୍ନ ଚିନ୍ତାରେ ମନ ଘାରି ହେଉଛି ।


ଆଜି ଜୀବନ ଧାରା କିଆଁ ହୁଏ ଅଚଳ

ଭାବିଛ, ଭଉଣୀ ଭାଇ, ପାଅ ବିଷ ଫଳ ।


ସ୍ନେହ, ପ୍ରୀତି, ପ୍ରେମ, ସମତା ନାହିଁ

ଭୁଲି ଯାଉଛି ମଣିଷତ୍ୱ ସ୍ବାର୍ଥର ପାଇଁ ।


ଦୁର୍ବଳ ଉପରେ ଚାଲେ ଅତ୍ୟାଚାର

ହୋଇଛି ଶସ୍ତା ମଣିଷଠୁ ମୃତ୍ୟୁର ।


ଭୋଟ ହୋଇଛି ଏବଂ ‌ହେଉଥିଵ

ପୁଂଜିପତି ନେତା ଆସିଛି, ଆସିବ ।


ସାଜିବେ ଭୋଟ ସମୟର ଦାତା

ପୁଂଜିପତିଙ୍କ ପଇସାକୁ ପାଇବେ ଜନତା ।


ବର୍ଷ ବର୍ଷ ହେବେ ପୁଣି ଶୋଷିତ 

ଶୁଣିବା ଭାଗ୍ୟ ଭଗବାନର ଗଣିତ ।


ପୁଣି ପରିବେଶ କରିବେ ଧ୍ଵଂସ

ସକଳେ ଗତି କରିବା ଆମର ସର୍ବନାଶ।


ତେଣୁ ଆସ ସଜାଡିବା ଆମ ନିଜକୁ

ଭାଂଗିବା ପୁଂଜିପତିର ଧ୍ବଂସାଭିମୁଖୀ ଗତିକୁ ।



Rate this content
Log in

Similar oriya poem from Abstract