କବିର କବିତା
କବିର କବିତା
କବି,
ଯାହାର ଭାବନା ଅପରୂପ
ଭାବନା ଯାହାର ପରିବ୍ୟାପ୍ତ
ଲେଖେ ବର୍ତ୍ତମାନ
ଭାବେ ଅତୀତ ।
କବି,
ଯାହା ଲେଖନୀରେ ଥାଏ ବାସ୍ତବତା
ପୁଣି କେତେ ପରିକଳ୍ପନା
ପ୍ରକୃତିର ରୂପ ବର୍ଣ୍ଣ ଆଖିରେ ରଖି
ମନ ଭାବୁଥାଏ କେତେ ଭାବନା ।
କବି,
ଅତୀତର ସ୍ମୃତିକୁ ବଖାଣି ଦିଏ
କେତେ ଦୁଃଖ ସୁଖ କୁ ସାଉଁଟି ନିଏ
କେତେ ଭଲପାଇବାକୁ ଜୀବନ୍ତ କରି
ମନରେ ଆକାଂକ୍ଷା ଭରିଦିଏ ।
କବି,
ଭଂଗାମନକୁ ସେ ଯୋଡିପାରେ
କେତେ ମନକୁ ପୁଣି ଭାଂଗିପାରେ
କବିତାକୁ ସୁନ୍ଦର କରିବାପାଇଁ
କେତେ ଅଳଙ୍କାର ଗଢିପାରେ ।
କବି,
ମନରେ କେତେ ଆଶା ରଖି କବିତା ଲେଖେ
ପୁଣି ଲୁଚି ଲୁଚି କେତେ କାନ୍ଦେ
ନିଷ୍ପଦ,ନିଶ୍ଚଳ ଚାରିକାନ୍ଥକୁ ସାଖି ରଖି
ଆଖି ଝାଉଁଳିଏ ଭରା ନିଦେ ।
