STORYMIRROR

Malaya Behera

Abstract

4  

Malaya Behera

Abstract

ଚିଠି ଯୋଡିଥାଏ ମନ ସହ ମନକୁ,

ଚିଠି ଯୋଡିଥାଏ ମନ ସହ ମନକୁ,

1 min
310


ଚିଠି ଏକ ଏମିତି ମହକ

ନିଷ୍ପାପ ମନକୁ କରେ ଉଲ୍ଲାସିତ

ମନର ଭାବନାକୁ ଉଦ୍ଧାର କରି

ଲେଖନୀ ମାଧ୍ୟମରେ କରେ ପ୍ରକାଶିତ ।।


ଚିଠି,

ଅନେକ କଥାକୁ ବଖାଣୀ ଦିଏ

ଅନେକ କଥାକୁ ଭୁଲାଇ ଦିଏ

ବାନ୍ଧିଦିଏ ପ୍ରେମ ସମ୍ପର୍କରେ

ମନେପଡ଼େ କେତେ ସ୍ମୃତି

ଆଉ ଅକୁହା କାହାଣୀ

ଯାହା ଝରିଆସେ ଆଖି ଲୁହରେ।।


ଚିଠି,

ଯୋଡିଥାଏ ମନ ସହ ମନକୁ

ଆତ୍ମା ସହ ଆତ୍ମାକୁ

ବାନ୍ଧିଦିଏ ସାତ ଜନମକୁ

ଦୂରରେ ଥିବା ମଣିଷକୁ

ପାଖକୁ ଆଣି

କାଢିନିଏ ଦୂରତ୍ବକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract