ବାପା
ବାପା
କି ଅବା ଲେଖିବି ତୁମ ପାଇଁ ବାପା
ସର୍ବ ଗୁଣାବଳୀ ତୁମେ
ନାମ ଯେ ତୁମର ବାଣୀ ବେଦରଗାର
ଜାଣନ୍ତି ପୂର୍ଣ୍ଣଚନ୍ଦ୍ର ନାମେ ।
ଗୀତାପରି ତୁମ ଉଚ୍ଚ ଚେତନାରେ
ଦର୍ଶାଅ ଜୀବନପଥ
ଅନେକ ଦୁଃଖ କଷ୍ଟ ରେ ରହି ମଧ୍ଯ
ଚଲାଅ ସଂସାର ରଥ ।
ରାଗ,ରୁଷା,ମାନ,ଅଭିମାନ ଥାଇ
ସଭିଙ୍କୁ କର ନିଜର
ବିପଦ ବେଳରେ ସଦା ଠିଆ ହୁଅ
ଭାବନାହିଁ କେବେ ପର ।
କଥାଟି ତୁମର ଟିକିଏ କଟୁ
ହସରେ ମୁକୁତା ଝରେ
ବାପା ନାଁରେ ସାଜିଲ ନାଉରୀ
ଖୁସି ଖେଳେ ଆମ ପରିବାରେ ।
ତୁମ ପରି ବାପା ମିଳୁଥାଉ ଆମକୁ
ଦୁଃଖ ନ ଆସୁ ପାସେ
ଦୁଃଖୀର ଦୁଃଖରେ ଦୁଃଖୀ ହୋଇ ତୁମେ
ହସୁଥାଅ ଆମ ପାଖେ ।
