Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

3  

Jagannath Barik

Classics

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
314



ଜୀବନ ଯାତ୍ରାର ବୁଝ ରହସ୍ୟ

ଜନ୍ମରୁ ଆରମ୍ଭ ମୃତ୍ୟୁରେ ଶେଷ |


ଦେହଟି ମୋହର ଅଟଇ ରଥ

ଗଡ଼ି ଗଡ଼ି ଯାଏ ସଂସାର ପଥ |


ରଥେ ରଥୀ ଆତ୍ମା ଶ୍ରୀଜଗନ୍ନାଥ

ଅହଂକାର ଏଥି ସାରଥି ବତ |


ମନ ଅଶ୍ୱ ପାଞ୍ଚ ଟାଣନ୍ତି ରଥ

ବିବେକ ବୁଦ୍ଧି କରେ ନିୟନ୍ତ୍ରିତ |


ଚକ ତ ଇନ୍ଦ୍ରିୟ ପ୍ରକୃତି ଗଣ

ରଥ ଗତି ବଡ଼ ବିଚିତ୍ର ମଣ |


ମୁକତି ଅଟଇ ଲକ୍ଷ୍ୟ ଏହାର

ଲୋଭ ମୋହ ବାଧକତା ତାହାର |


ରଙ୍ଗୀନ ଦୁନିଆ ପ୍ରୀତି ହାଟରେ

ନାରୀ ମାୟାବିନୀ ଚିତ୍ରପଟ୍ଟରେ |


ପୁତ୍ର କଳତ୍ରଙ୍କ ଜଞ୍ଜାଳ ପଙ୍କେ

ବାର ବାର ଏଇ ରଥ ଅଟକେ |


ବିବେକ ବ୍ରେକ ଯେବେ ଛିଡି଼ବ

ଦୁର୍ଘଟଣା ଗ୍ରସ୍ତ ତେବେ ହୋଇବ |


ଧର୍ମ ଏକା ଏହି ରଥର ସାହା

ଜ୍ଞାନ କାରିଗର ହୋଇଛି ଠିଆ |


ଧର୍ମ ଜ୍ଞାନ ବୁଦ୍ଧି ବିବେକ ବଳେ

ପହଞ୍ଚିବ ରଥ ତା ଲକ୍ଷ୍ୟ ସ୍ଥଳେ |


ଯାତ୍ରା ସଫଳ କରିବି ଭାବୁଛି

ସୋ ଅହଂ ତତ୍ତ୍ୱକୁ ମୁଁ ଏବେ ବୁଝୁଛି |


Rate this content
Log in

Similar oriya poem from Classics