ପଣତ କାନି
ପଣତ କାନି


ପଣତ କାନିରେ ଢାଙ୍କିଦିଅ ମାଆ
ଭବ ତାପୁ ପାରି ହେଉ
ଅଜ୍ଞାନ ଅନ୍ଧାର ଦୂର କରିଦିଅ
ପାପ ଯେତେ ଧୋଇଯାଉ ।
ଦୀନ ଦୁଃଖୀ ଜନ ପେଟ ଜାଣି ତୁ ମା
ଭରିଦେଉ ଶୂନ୍ୟଥାଳି
ତୋହରି ଚରଣେ ଆଶ୍ରା ଯାଏ ଯିଏ
ପୂରାକରୁ ସର୍ବ ଅଳି ।
ମାଆ ତୋ ମମତା ସରଗର ଚାନ୍ଦ
ଆଲୋକ ବର୍ତ୍ତିକା ଟିଏ
ତୋ କରୁଣା ଧାରା ଅମୃତ ପସରା
ପାନ କରି ସୁଖ ପାଏ ।
ଆକାଶୁ ବିଶାଳ ସମୁଦ୍ରଠୁ ଗଭୀର
ମାଆ ତୋ ହୃଦ ମନ୍ଦିର
ପୂଜା କରେ ନିତି ଦେଇ ଧୂପ ଦୀପ
ପୁଷ୍ପ ଚନ୍ଦନ ଅଗୁର ।
ତୋ ଦୟାରୁ ମାଆ ପଙ୍ଗୁ ଗିରି ଲଙ୍ଘେ
ନିସନ୍ତାନ ପାଏ ପୂତ୍ର
ମୁକ ପୁଣି ମାଆ ବାଚାଳ ହୁଅଇ
ଅନ୍ଧ ପାଏ ଦୁଇ ନେତ୍ର ।