STORYMIRROR

Jagannath Barik

Classics

3  

Jagannath Barik

Classics

ଭଲା ଯାଦୁକର

ଭଲା ଯାଦୁକର

1 min
387

ଭଲା ଯାଦୁକର ଜଣେ ଜଗା କାଳିଆ

ଚଉଦ ଭୁବନେ ନାହିଁ ତାହା ଭଳିଆ |


ହାତ ଗୋଡ଼ ନାହିଁ ବୋଲି ଜାଣେ ଜଗତ 

ଘୋଡ଼ା ଚଢ଼ି କାଞ୍ଚି ଯୁଦ୍ଧେ ଗଲା କେମନ୍ତ |


ବଳିଆର ବାଲିରଥେ ହୋଇଲା ଠିଆ

ଯାଦୁକରି ନେଇଗଲା ଦାସ ନଡ଼ିଆ |


ବଳୀ ଯାଗେ ଯାଇଥିଲା ଏଇ କାଳିଆ

ଯାଦୁ ବଳେ ହୋଇଗଲା ତିନିଗୋଡ଼ିଆ |


କୁରୁ ସଭା ତଳେ ରଖେ ପାଞ୍ଚାଳି ମାନ

ହାତ ହେଲା ଲୁଗା କଳ ସାକ୍ଷୀ ପୁରାଣ |


ତା ଯାଦୁରେ ବଶୀଭୂତ ସାରା ଜଗତ

ଚରାଚର ଦେବ ନାଗ ନର ସମସ୍ତ |


ବାୟୁ ବିପରୀତ ଦିଗେ ଉଡ଼େ କେତନ

କେତନ ଛାଇ ତଳକୁ ନୁହେଁ ପତନ |


ପକ୍ଷୀ ନ ଉଡ଼ନ୍ତି କେବେ ଦେଉଳ ପରେ

ବ୍ୟୋମଯାନ ଯାତ୍ରା ନାହିଁ ତଥି ଉପରେ |


ବେଢ଼ାକୁ ଶୁଭଇ ନାହିଁ ସିନ୍ଧୁ ଗର୍ଜନ

ଉପରୁ କୋଡ଼ୁଆ ହୁଏ ପାକ ସାଧନ |


ବ୍ରହ୍ମା ଶିବ ଇନ୍ଦ୍ର ଯାର ନପାନ୍ତି ଅନ୍ତ

ବିଶ୍ୱ ଯାଦୁକର ପାଦେ ଶରଣାଗତ |



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Classics