Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

3  

Jagannath Barik

Classics

ଯାଦୁ ବିଦ୍ୟା

ଯାଦୁ ବିଦ୍ୟା

1 min
302


ପୁରାଣ ପୃଷ୍ଠାରୁ ପଢିଥିଲେ ଆମେ ଯାଦୁକରଙ୍କର କଥା

ଯାଦୁ ନଗରୀର କାହାଣୀ ଶୁଣିଲେ ଘୁରି ଯାଉଥିଲା ମଥା |


ଜଳ ମଧ୍ୟେ କିଏ କରଇ ନଅର କିଏ ବା ପର୍ବତ ପରେ

ଆକାଶରେ ଶୂନ୍ୟେ କେଉଁ ଯାଦୁକର ମନ୍ଦିର ନିର୍ମାଣ କରେ |


କାଉଁରୀ କାଠିର ପରଶରେ ସିଏ ଅସାଧ୍ୟ କରେ ସାଧନ

ପଶୁକୁ ମଣିଷ ମଣିଷକୁ ପଶୁ ପାଗରେ ପରିବର୍ତ୍ତନ |


ସୃଜି ଇନ୍ଦ୍ରଜାଲ ସେ ଚକ୍ଷୁ ବନ୍ଧନ କରିଦିଏ ସଭିଙ୍କର

ଭେଳିକି ଲଗାଇ ମୋହିନିଏ ମନ ଖେଳ ତା ଆଶ୍ଚର୍ଯ୍ୟକର |


ବିନା ମେଘେ ସିଏ ସୃଜଇ କୁଳିଶ ଲେମ୍ବୁ ଚିପୁଡ଼ିଲେ ରକ୍ତ

ଗୁଣ୍ଡ କରି ଚିଜ ଯଥାପୂର୍ବ ତାର ରୂପ କରାଏ ପ୍ରାପତ |


ଯାଦୁ ବଳେ ଧରେ ମାରିଚ ରାକ୍ଷସ ସ୍ୱର୍ଣ୍ଣ ମୃଗ କଳେବର

କାଳନେମି କରେ ମନ୍ଦିର ନିର୍ମାଣ ମାୟା ସୀତା ବିଂଶକର |


ମହାଯାଦୁକର ନିଜେ କୃଷ୍ଣ ଚନ୍ଦ୍ର ଲୁଚାଇଲେ ଦିନକର

ରାଧା ପ୍ରେମପାଇଁ କେବେ ଭୂତ କେବେ ନାବିକ ହେଲେ ନାବର |


ଯାଦୁ କରୁଥିଲା ପି ସି ସରକାର ଖ୍ୟାତ ଦେଶ ବିଦେଶରେ 

ଯାଦୁ ବିଦ୍ୟାବଳେ ପି ଏଲ ସୁନ୍ଦର୍କା କୋଟି ଜନମନ ହରେ |


ଯାଦୁ ଅଟେ ମାୟା ଦେବତା ରାକ୍ଷସ ଏ ବିଦ୍ୟାରେ ଧୂରନ୍ଧର

ନର ପାଇଁ ଭୋଜବାଜୀ ବାଜିଗର ଯାଦୁ ଶିକ୍ଷା ଭୟଙ୍କର |


ଯାଦୁ ମିଛ ମାୟା କପଟ ଛଳନା ଐନ୍ଦ୍ରଜାଲ ଆବରଣ

ଏଥିରେ ନଭୁଲି ବଡ଼ ଯାଦୁଗର କୃଷ୍ଣର ନିଅ ଶରଣ |



Rate this content
Log in

Similar oriya poem from Classics