ସାଧା ଜୀବନ, ଉତ୍ତମ ବିଚାର
ସାଧା ଜୀବନ, ଉତ୍ତମ ବିଚାର
ମଣିଷର ଭାବନାର ସ୍ରୋତ
ଅନଵରତ ପ୍ରବାହମାନ,
ସବୁବେଳେ ତ ଭାବନା ବିଶ୍ରାମ
ନଥାଇ ଧାବମାନ ।
ଚାରିକାନ୍ଥ ଆଢ଼ୁଆଳେ ଭାବନା,
ଚାଲେ ସମୁଦ୍ର ଲହଡ଼ି ପରି
ପ୍ରତିଟି କଥାରେ, ପ୍ରତିଟି ବାର୍ତ୍ତାରେ,
ଅନ୍ତହୀନ ସୀମା ହୁଏ ପାରି ।
ସର୍ବଦା ପାଇବାର ଆକାଂକ୍ଷାରେ
ନୂଆ ଆଶା ତ ଭରି ଯାଏ,
ପ୍ରାପ୍ତିର କଅଣ କିଛି ଶେଷ ଅଛି,
ନମିଳିଲେ ଅସନ୍ତୋଷ ଜନ୍ମ ନିଏ ।
ଅସନ୍ତୋଷ ଜ୍ଵଳନର ଶିଖା ଯଦି
ହୁଏ ନାହିଁ ପ୍ରଶମିତ,
ନିରାଶାର ଭାରେ ଚିନ୍ତାଧାରା ପରା
ଦୁଃଖ ସମୁଦ୍ରରେ ହୁଏ ଗ୍ରାସିତ ।
ଯିଏ ହରାଏନି ଆଶା, ଯାହାର ଥାଏ
ଭରସା ବିଶ୍ବାସ
ସେହି ବଳେ, ସେ ପତନ ଅବା କୌଣସି
ଅଧଃପତନର ହୁଏନି ବଶ ।
ଆସିଛୁ ଓ ଯିବୁ ତ ଦିନେ, ପେଟ ପାଇଁ ଖାଦ୍ୟ,
ଦେହକୁ ବସ୍ତ୍ର, ଦରକାର ରୋଜଗାର
ସରଳ ଜୀବନ ଯାପନ, ଉତ୍କୃଷ୍ଠ ବିଚାର ସାର
ମର୍ମ ସର୍ବ ପାଠ, ଧରମ ଓ ଶାସ୍ତ୍ରର ।
ମଣିଷର ଭାବନାର ସ୍ରୋତ, ବୁହାଇ ପାରିଲେ
ସରଳ ଜୀଵନ ଓ ଉଚ୍ଚ ବିଚାରରେ,
ସମସ୍ତ ଦୁଃଖ ହେବ ଦୂରୀଭୂତ ଓ ନରହିବ
କିଛି ସମସ୍ୟା ମାନବ ଜୀବନରେ ।
ସାଧା ଜୀବନ, ଉତ୍ତମ ବିଚାର ସର୍ବ ସ୍ୱୀକୃତ,
ତାହା ସମସ୍ତେ ଆପଣାଇଲେ ଜୀବନରେ,
ମାନବ ସମାଜ ପାଇବ ଶାନ୍ତି, ଅହିଂସା, ଏକତା,
ମାନବତା ଓ ସମତା ମିଳିବ ଏ ସୃଷ୍ଟିରେ ।