STORYMIRROR

Hitesh Mohapatra

Abstract Classics

3  

Hitesh Mohapatra

Abstract Classics

ମୁଁ ଓ ମୋର ମନ

ମୁଁ ଓ ମୋର ମନ

1 min
398

ମୁଁ ମୋର ମନକୁ ପଚାରିଲି

ଆଛା,ମନ ତମେ ଏତେ ସ୍ୱପ୍ନ ଦେଖ କାହିଁକି

ବାସ୍ତବ ଜିବନରେ ସ୍ୱପ୍ନର ମୁଲ୍ୟ ଅଛିକି

ସ୍ୱପ୍ନତ ଏକ ପ୍ରହେଳିକା,ଏକ ମରିଚିକା

ଏକ କାଳ୍ପନିକ ସୁଖର ଅସ୍ଥାୟୀ ଚିତ୍ର ମାତ୍ର

ତାର କିଛି ସତ୍ୟତା ଅଛି କି ।


ମନ ମତେ ବୁଝାଇଲା 

ବାସ୍ତବ ଜିବନରେ ସବୁ କଣ ଚିରସ୍ଥାୟୀ

ସବୁ କଣ ସତ୍ୟ , ସବୁ କଣ ସୁଖ ମୟି

ବାସ୍ତବ ଜିବନରେ ଅନେକ୍ ସୁଖ ଅଛି

ଯାହା ଅନ୍ୟର ଦୁଃଖରେ କିଣା ହୋଇଛି

ଯାହା ଅନ୍ୟର ପତନ ରେ ମିଲିଛି

ଅନ୍ୟର ସୁଖ ମଧ୍ୟ ବଳି ପଡିଛି ।


ଅନ୍ତତଃ ସ୍ୱପ୍ନରେ , କାହାକୁ ବଳି ଦିଆଯାଇନି

ହେଉ ପଛେ କାଳ୍ପନିକ ,ଏଠି ଅନ୍ୟର ଅନିଷ୍ଟ ହୋଇନି

ସ୍ୱପ୍ନ ନିଜର କେବଳ ନିଜର

ଏଥିରେ ପ୍ରତିଯୋଗିତା ନଥାଏ

କି ପ୍ରତାରଣା ନଥାଏ ।


ହେଉ ପଛେ ପ୍ରହେଳିକା

ଏଥିରେ ଏକ ବିଶ୍ୱାସ ଥାଏ

ହେଉ ପଛେ ଚିରସ୍ଥାୟୀ

ଏଥିରେ ଏକ ମାଧୁର୍ଯ୍ୟ ଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract