ମଣିଷତ୍ୱ ଓ ବିଶ୍ବାସର ମାନଦଣ୍ଡ
ମଣିଷତ୍ୱ ଓ ବିଶ୍ବାସର ମାନଦଣ୍ଡ
ସମ୍ପର୍କର ଆରମ୍ଭ ହୁଏ, ସତ୍ୟ ଅଟେ କଷ୍ଟ,
ତାକୁ ଅତୁଟ ରଖିବାରେ,
ଭିନ୍ନ ନୀଡ଼, ହେଲେ ଆତ୍ମୀୟତା ଏତେ ଗଢା
ହୁଏ, ଯାହା ଅନୁଭବର ବାହାରେ।
ନିଜକୁ ବଡ ବୋଲି ପ୍ରତିପାଦନର ଇଛା ଓ
ଲାଳସା, ଜଗତରେ ନୂଆ ନୁହେଁ
ଦୁଃଖକୁ ସୁଖ, କଷ୍ଟକୁ କର୍ମ ମନେ ନ କରି
ଚାଲିଲେ ସମ୍ପର୍କ ତୁଟି ତ ଯାଏ ।
ଗତି କଲେ ରହି ସ୍ୱାର୍ଥରୁ ଉର୍ଦ୍ଧରେ,ପ୍ରତିଶ୍ରୁତିକୁ
ପାଳନରେ ଓ ପ୍ରେମମୟରେ
ଗଢି ତୋଳିବ ସୁଖର ସୌଦାଗର, ରହିଲେ
ଆବଦ୍ଧ, ଥିବା ଲକ୍ଷ୍ମଣ ରେଖାରେ ।
ଭଲ ମଣିଷ ଖୋଜେ ଭଲ ମଣିଷକୁ, ମଣିଷତ୍ୱ
ଓ ବିଶ୍ବାସର ମାନଦଣ୍ଡରେ,
ମାନ-ମାପିବାରେ ଅକ୍ଷମ ହୋଇଲେ ମଣିଷ,
ଅଶାନ୍ତିର ନର୍କ ଭୋଗିବାକୁ ହୁଏରେ ।