କୁହ ମତେ ନାସ୍ତିକ
କୁହ ମତେ ନାସ୍ତିକ
ଶୁଣି ଆସିଛି ଜନ୍ମ ଦିନରୁ
ଈଶ୍ବର ସର୍ବ ବିଦ୍ୟମାନ,
ସେ ତ ସର୍ବ ଶକ୍ତିମାନ ।
ସେ ତ ନିର୍ଗୁଣ, ନିରାକାର,
ତାଂକର ନାହିଁ ବାଛ ବିଚାର ।
ସମସ୍ତ ସୃଷ୍ଟିର ସୂତ୍ରଧାର,
ନିଅନ୍ତି ମଣିଷ ରୂପେ ଅବତାର ।
ସେ ଯେ ପରା ସୃଷ୍ଟି କର୍ତ୍ତା,
ସେ ପୁଣି ତ ପାଳନ କର୍ତ୍ତା ।
ଅନ୍ୟାୟ ଅନୀତି ଯେବେ ବଢଇ
ସଂହାର କର୍ତ୍ତା ବନନ୍ତି ସେହି ।
ତେବେ କୁହ, ହେ ଧର୍ମାନ୍ଧ ମଣିଷ,
ତାଂକୁ ବାନ୍ଧି ରଖିବାକୁ କରିଛ ଆଶ ।
ମନ୍ଦିରର ମୂର୍ତ୍ତି ସ୍ଥାପନରେ,
ମସଜିଦର ଚାରି କାନ୍ଥ ଭିତରେ ।
ଗ
ୀର୍ଜାର ସଂଖ୍ୟା ବଢ଼ାଇବାରେ,
ଗୁରୁଦ୍ବାର ଗଢିବା ଭକ୍ତି ନାମରେ ।
ଈଶ୍ବର କେଵେ କି ଚାହାନ୍ତି ଧୂପ,
ନଡିଆ କଦଳୀ ଅନ୍ୟାନ୍ୟ ଭୋଗ ।
ଯାଚିଲେ କିଛି, ହୁଅନ୍ତି କି ସେ ପ୍ରସନ୍ନ,
ତୀର୍ଥ ଭ୍ରମଣେ ପୁଣ୍ୟ ହୁଏ କି ଅର୍ଜନ ।
ଅନ୍ୟ ତଣ୍ଟି ଚିପି ଧନ କରି ଅର୍ଜନ, କିଛି
ଦାନ କଲେ, ହୁଏ କଣ ପାପ ମୋଚନ ।
ଵୋଲାଅ ଶକ୍ତିମାନ, ପୁଂଜି ବଳରେ,
ଠକୁଛ ଆମକୁ ମନ୍ଦିର ତୋଳିବା ନାମରେ ।
କୁହ ମୋତେ ନାସ୍ତିକ, ଯା ପଛେ ଧାଉଁଚ,
ପ୍ରହେଳିକା ଜାଣ,
ଅନ୍ୟାୟୀ ଅଧର୍ମୀ ରକ୍ଷା କରିବେନି
ଭାଗ୍ୟ ଓ ଭଗବାନ ।