ଦିଗନ୍ତର ଯାତ୍ରା ପଥେ
ଦିଗନ୍ତର ଯାତ୍ରା ପଥେ
ଦିଗନ୍ତର ପଥରେ ଯାତ୍ରା କରୁଛି
ମିଛ ମାୟା ଏ ସଂସାର ଜାଣି ସାରିଛି ।
ଏଠି କେହି ନୁହେଁ କାହାର
ଭାଇ ବନ୍ଧୁ ସଭିଏଁ କରି ଦେବେ ପର ।
ଧନ ଜନ ମାନ ସବୁ ପାଇଲି
ତଥାପି ଜୀବନେ କେବେ ଶାନ୍ତି ନ ଲଭିଲି ।
ସବୁ ସମ୍ପର୍କ ରେ ଦୁଃଖ ମିଳିଲା
ଜୀବନଟା ତୁଚ୍ଛ ଲାଗିଲା ।
ମୋହ ମାୟାରେ ପଡି ଯାହାକୁ ଭଲ ପାଇଲି
ହାତ ଛାଡି ଚାଲିଗଲେ ସବୁ ଏକା ହୋଇଲି ।
ଈଶ୍ୱରଙ୍କ ଛଡା ମୋର ଅନ୍ୟ ଗତି ନାହିଁ
ପାଇଛି ମଣିଷ ଜନ୍ମ ମୁକ୍ତି ପାଇବା ପାଇଁ ।
ଦିଗନ୍ତର ପଥରେ ମୁଁ ଯାତ୍ରା କରୁଛି
ହରି ନାମ ସତ୍ୟ ସଭିଙ୍କୁ କହୁଛି ।