Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Classics Inspirational Others

3  

Prabhati Mahapatra

Classics Inspirational Others

ଓଁ ନମଃ ସୂର୍ଯ୍ୟୟଃ

ଓଁ ନମଃ ସୂର୍ଯ୍ୟୟଃ

1 min
184



ଆହେ ଦିବାକର    ନକର ଉଛୁର

ବ୍ୟାକୁଳିତ ଭକ୍ତ ମନ

ଘୋର ନିଶି ଘାତେ ଅସହ୍ୟ ପରାଣ

କର ପ୍ରଭୁ ଜ୍ୟୋତି ଦାନ ।


ଅପସରି ଯାଉ    ଯାମିନୀର ଭାଉ

କାଳିମା ମଞ୍ଜୁଷା ଧରି

ଆଶ୍ବସ୍ତ ଧରଣୀ    ଉଜ୍ଜଳିତ ହେଉ

ପାଇ ତୁମ ରଶ୍ମି ବାରି ।


ପ୍ରାଚୀ କାନ୍ଥେ ଶୋଭା ଲୋହିତ କନ୍ଦୁକ

ଅପରୂପା ବିହାୟସ 

ପ୍ରଭାତୀ ତାରକା    ପ୍ରଣତି ବାଢିଛି

ଆନନ୍ଦ ମୁଖର ହସ ।


ଅର୍କ କ୍ଷେତ୍ରେ ତପି   ତର୍ପଣ କରିଲେ

ତୁମ ଆଗମନ ଦେଖି

ଆସ ହେ ଭାସ୍କର   ଆସ ହେ ଅରୁଣ

ମର୍ତ୍ତ୍ୟଲୋକ ହେଉ ସୁଖି ।







Rate this content
Log in

Similar oriya poem from Classics