ହେ କାର୍ଲ ମାର୍କସ
ହେ କାର୍ଲ ମାର୍କସ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଶୀତୁଆ ରାତିରେ, ଘର ଭିତରେ
ଭାବନା ଜୁଟେ ଶୀତର ଦଂଶନରେ ।
ଅତ୍ୟାଚାରିତ କ୍ଷତାକ୍ତ ମନକୁ,
କିଏ ପହଞ୍ଚାଇ ପାରିବ ମୁକ୍ତିକୁ ।
କ'ଣ ଟଙ୍କିକିଆ ଚାଉଳର ସହାନୁଭୂତି
ଅବା ଲମ୍ବା ଲମ୍ବା ଭାଷଣର ପ୍ରତିଶ୍ରୁତି
ଦେଇପାରିବକି ଅଧିକାର ଆଇନରେ
ଆଜି ଶାସନ ବ୍ୟବସ୍ଥା ଚୌହଦିରେ ।
ବଦଳାଇ ପାରିବକି ଦଂଶିତ ମନକୁ
ଯାଇ ଆଜି ନ୍ୟାୟାଳୟର ଅଗଣାକୁ।
ବିବଶ ହୋଇ ଲୋଟନ୍ତି ଖଟି ଖିଆ,
ନ୍ୟାୟ ପାଇବା ଆଢୁଆଳରେ ହୋଇ ଠିଆ ।
ପୁଂଜିବାଦର ବର୍ବର ଅହଙ୍କାରରେ
ପାଇବକି ନ୍ୟାୟ ନ୍ୟାୟପାଳିକାରେ ।
ଉତ୍ତର ଖୋଜିଛି,
ଇତିହାସର ଅତୀତର ପୃଷ୍ଠାରେ,
ପୌରାଣିକ କାହାଣୀର ଭିତରେ ।
ବିଭିନ୍ନ ପ୍ରକାର କିମ୍ବଦନ୍ତୀରେ,
ବେଦର ନିସୃତ ଶବ୍ଦ ମଧ୍ୟରେ ।
ପାଇ ନଥିଲି ଏହିପରି ଏକ ଗାନା,
ଦୁନିଆର ଶ୍ରମିକ ଉଡାଇବ ଦିନେ ବାନା.।
ଖୋଜିଛି ପୋଥି ମଧ୍ୟରେ ବାରମ୍ବାର,
ପାଇଛି, କିଛି ତତ୍ତ୍ଵ ସେଥିରେ
ମାତର. ।
ଅନେକ ଶୁଣିଛି କଥା ଭିନ୍ନ ବୀରତ୍ବର,
ଲେଖାରେ ରୂପ ଗାଥା ସୌନ୍ଦର୍ଯ୍ୟର. ।
ଦୁଃଖ କଷ୍ଟ ପୂର୍ଣ୍ଣ ଅନେକ ଘଟଣାର,
କିନ୍ତୁ ପାଇ ନଥିଲି ବାଟ ସମାଧାନର. ।
ଦାସ କ୍ୟାପିଟାଲ, ଅର୍ଥନୀତି ତୁମର,
ସେହି ତୁମର କମ୍ୟୁନିଷ୍ଟ ଇସ୍ତାହାର. ।
ହେ କାର୍ଲ ମାର୍କସ, ସୃଷ୍ଟି କର୍ତ୍ତା ମହାନ୍ ତତ୍ତ୍ୱ ର
ଦେଖାଇଛି ପଥ ଶୋଷଣରୁ ମୁକ୍ତିର ।
ସେହି ଭିନ୍ନ ଦୃଷ୍ଟିଭଙ୍ଗୀ ତତ୍ତ୍ଵ ତୁମର,
ଏକତ୍ରିତ ହୁଅ ହେ ଶ୍ରମିକ ଦୁନିଆର.
ଦୃଷ୍ଟି ଆକର୍ଷଣ କଲା ସର୍ବ ଶ୍ରମିକର,
ଜାଗିଲା ଶ୍ରମିକେ ଆଶା ନୂତନତାର ।
ସମାଜବାଦ ତତ୍ତ୍ଵ ଵିଜ୍ଞାନସିଦ୍ଧ, ପ୍ରକୃତି ଦତ୍ତ ଓ
ଜୀବନ୍ତ ଚିର
ସେ ସୂର୍ଯ୍ୟ କିରଣ, ନୁହେଁ କେବେ ଵି ଲିଭିବାର. ।
ଆଜି ବି ଲିପିବଦ୍ଧ ତୁମ ସେହି କୀର୍ତ୍ତି ସ୍ତମ୍ଭ
ଲୋପ କରିବାକୁ ପୁଂଜିବାଦର ନାହିଁ ଦମ୍ଭ ।
ଅଧୁରା ରହିଛି ସ୍ୱପ୍ନ ସବୁ ସର୍ବହରାର
ହୋଇବେ ଏକତ୍ର ସବୁ ଶ୍ରମଜୀବୀ ଦୁନିଆର ।