ବନ୍ଦୀ ଯାଯାବର
ବନ୍ଦୀ ଯାଯାବର
ମନ ମୋର ଥିଲା କେବେ
ଅନନ୍ତ ଆକାଶର ସମସ୍ତ ମୁକ୍ତ ବିହଙ୍ଗଟିଏ
ଆଖି ନିତି ଦେଖୁଥିଲା ସ୍ବପ୍ନ ଅସୁମାରି
ଜଙ୍ଗଲର ଫଳ ଖାଇ ଝରଣାର ଜଳ ପିଇ
ବୁଲୁଥିଲା ଉଡ଼ି ତମାମ ଆକାଶ
ଆପଣାର ରଙ୍ଗବେରଙ୍ଗୀ ପକ୍ଷ ଝାଡି ।
ହେଲେ ଆଜି କେଉଁ ଅଜଣା ଅଶୁଣା
ଅନାହୂତ ସଙ୍ଗୀତର ମଧୁର ମୂର୍ଚ୍ଛନାରେ
ମନ ମୋର ହୋଇଗଲା ବନ୍ଦୀ
ହାତରେ କଡ଼ି ଆଉ ପାଦରେ ବେଡ଼ି
ପିନ୍ଧି କଏଦୀଟିଏ ପରି ରହିଛି ପଡ଼ି
ଜୀବନର ଅନ୍ଧାରୀ କୋଠରୀରେ ।
ହଁ, ଏଠି ଖାଦ୍ୟ ଖୋଜିବା ପାଇଁ
ନିତି ନିତି ଦୁରକୁ ଦୂରକୁ
ଉଡ଼ିବାକୁ ପଡେ ନାହିଁ ସତ
କିନ୍ତୁ ମୁକ୍ତ ବାୟୁରୁ ମୁହିଁ ବଞ୍ଚିତ
କାହା ଆଗରେ ବଖାଣବି
ଅବା ମୋର ଏଇ ଦୁଃଖ ।
ଶତ ଚେଷ୍ଟା କଲେ ସୁଦ୍ଧା
ମୁକୁଳି ହୁଏନି ଶିକୁଳି ମଧ୍ୟରୁ
ଜଙ୍ଗଲର ଫଳ ଝରଣାର ଜଳ
ଆଜି ମୋ ଲାଗି ପରାହତ ସ୍ବପ୍ନ
ମୁକ୍ତ ଆକାଶ ଅପହଞ୍ଚ ଦୂରତାରେ
ହାତ ଠାରି ଇସାରାରେ କହେ
ମୁଁ କାଳେ ଏକ ବନ୍ଦୀ ଯାଯାବର ।