STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଚରୈବେତି ଚରୈବେତି

ଚରୈବେତି ଚରୈବେତି

1 min
151


ଚାଲୁଛି ଚାଲୁଥିବି ମୁହିଁ

ଅମଡ଼ାବାଟ ଜୀବନର

ଏଇ ଦୁନିଆ ବୁକୁରେ

ଝୁଣ୍ଟି ପଡ଼ି ଲହୁଲୁହାଣ

ହେଲେ ବି ସ୍ଥିର ହୋଇ

ଯଥା ସ୍ଥିତି ରହିବାର

ଆଦୌ ପ୍ରଶ୍ନ ଉଠେ ନାହିଁ।


ଚାଲି ଚାଲି ଥକି ପଡ଼ିଲେ

ବି ଥକ୍କା ମେଣ୍ଟାଇବାକୁ

ତିଳେ ଅବକାଶ ନାହିଁ

ଜୀବନର ଏଇ ଦୌଡ଼ରେ

ହାର ମାନିବାର ନାହିଁ

ଥିବା ଯାଏଁ ଶେଷତମ ଶ୍ବାସ।


ଚାଲିବା ମୋର ଧର୍ମ

ଏକାନ୍ତ ଅପରିହାର୍ଯ୍ୟ କର୍ମ

ହାରଜିତର ନିର୍ବିଚାରରେ

ଚାଲୁଛି ଚାଲିଥିବି ଅବିରତ

ନ ହୋଇ ପରାଙ୍.ମୁଖ

ସାକ୍ଷୀ ଏକା ମୋର

ସ୍ବୟଂ ପରାତ୍ପର।


ପଥ ଦୁର୍ଗମ ଦୁଷ୍କର

ଲକ୍ଷ୍ୟ ଦୃଢ଼ ନିଶ୍ଚିତ

ନିୟତିର ନିଷ୍ଠୁର ସଂଘାତ

ଲଭି ମୁଁ ହୁଅଇ ଭୂପତିତ

ବାରମ୍ବାର ଶତ ସହସ୍ର ବାର

ତଥାପି ମାନିବାର ନାହିଁ ହାର

କରିଛି ବଜ୍ର ଶପଥ

ଲେଖିବାକୁ ନୂଆ ଇତିହାସ

ଯହିଁ ଥିବ ମୋ ଅଲିଭା ସ୍ବାକ୍ଷର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract